ବେଲପଡ଼ାରେ ବିଧାୟକଙ୍କ ଶକ୍ତି ପ୍ରଦର୍ଶନ

ବେଲପଡ଼ା, (ଅଶୋକ କୁମାର ବାଗ) : ରାଜ୍ୟ ରାଜନୀତିରେ ସବୁ ସମୟରେ ଚର୍ଚ୍ଚାରେ ରହିଥାଏ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ । ୫ ଥର ପାଇଁ ବିଧାୟକ ହୋଇଥିବା ବିଜେପିର ଭେଟରେନ୍‌ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ହରାଇ ଯୁବ ନେତା ସରୋଜ ମେହେର ବିଧାୟକ ହୋଇ ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲେ । ବିଧାୟକ ସରୋଜଙ୍କ ନିଜ ମାଟି ତଥା ଅଂଚଳର ଲୋକଙ୍କ ପ୍ରତି ଭଲ ପାଇବା ପାଇଁ ତାଙ୍କୁ ବିପୁଳ ଜନ ସମର୍ଥନ ମିଳୁଥିବା ବେଳେ ଗତକାଲି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକରେ ବିଧାୟକ ସରୋଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବେଲପଡ଼ାରେ ଅନୁଷ୍ଠିତ ବିରାଟ ମହିଳା ସମାବେଶ ଓ କର୍ମୀ ସମ୍ମିଳନୀରେ ବିଧାୟକ ଶ୍ରୀ ମେହେର ଯୋଗାଦନ କରି ରାଜ୍ୟସରକାରଙ୍କ ପ୍ରତି ଥିବା ଭଲ ପାଇବା ଓ ମହିଳା ସଶକ୍ତିକରଣ ଉପରେ କହିଥିଲେ । ଏପଟେ ବିଧାୟକଙ୍କ ଏହି ବିରାଟ ସମାବେଶ ତଥା ଜନ ସମର୍ଥନ ଦେଖି ବିରୋଧି ଚିଟ୍‌ପତାଙ୍ଗ ବୋଲି ପାଟଣାଗଡ଼ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

four + 1 =