pakka

ବାବେଜୁରୀ ଗ୍ରାମ ଶ୍ଵଶୁର ଘରୁ ଲାଠୋରର ଜ୍ୱାଇଁଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମ ଶ୍ଵଶୁର ଘର ଗାଁର ଏକ ଜମିରେ ଥିବା ମହୁଲ ଗଛରୁ ଜ୍ୱାଇଁଙ୍କ ଝୁଲନ୍ତା ଶବ ଠାବ ହୋଇଛି । ଲାଠୋର ଥାନା କଲୋନୀପଡ଼ାର ରଘୁ ମାଝୀଙ୍କ ପୁଅ ନିଲି ମାଝୀ(୨୫) ବାବେଜୁରୀ ଗ୍ରାମ ଶୁରିପଡ଼ାର ଅତବଲ ଧରୁଆଙ୍କ ଝିଅ ଶାନ୍ତି ଧରୁଆଙ୍କୁ ପ୍ରେମବିବାହ କରିଥିଲେ । ଉଭୟ ଏଠାରେ ରହି ବାହାର ଅଞ୍ଚଳକୁ କାମଧନ୍ଦା କରି ଯାଉଥିଲେ । ଗତରାତିରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି ପାରିବାରିକ ଗଣ୍ଡଗୋଳ ହୋଇଥିବା କାରଣରୁ ସେ ଗ୍ରାମର ଏକ ମହୁଲ ଗଛରେ ରଙ୍ଗ ତାରରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୋମବାର ସକାଳୁ ଗ୍ରାମର ଯୁବକମାନେ ସେହି ସ୍ଥାନକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ମହୁଲ ଗଛରେ ରଙ୍ଗ ତାରରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଗ୍ରାମବାସୀ ଏ ସଂପର୍କରେ ମୁରିବାହାଲ ଥାନା ପୁଲିସକୁ ସୂଚନା ଦେଇଥିଲେ । ସବଇନସ୍ପେକ୍ଟର ପ୍ରମୋଦ କୁମାର ପଧାନଙ୍କ ନେତୃତ୍ୱରେ ପୁଲିସ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଲାଠୋରରୁ ଜ୍ୱାଇଁ ନିଲିଙ୍କ ବାପଘର ଲୋକେ ପହଞ୍ଚିଲେ ଶବ ଉଦ୍ଧାର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ଶ୍ଵଶୁର ଘର ଗାଁର ଏକ ମହୁଲ ଗଛରୁ ପ୍ରେମ ବିବାହ କରିଥିବା ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାଟି ପ୍ରକୃତରେ ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

seventeen − 13 =