pakka

୪୦ ଫୁଟ ଗଭୀର ବୋରୱେଲ୍‌ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

bbehera

ନୂଆଦିଲ୍ଲୀ : ଦିଲ୍ଲୀର କେଶୋପୁର ମଣ୍ଡି ନିକଟରେ ଥିବା ସ୍ଥାନୀୟ ଜଳବୋର୍ଡର ଏକ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିି ରବିବାର ଜଣେ ଯୁବକ(୩୦)ଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନ୍‌ଡିଆର୍‌ଏଫ୍‌) ଦ୍ୱାରା ଉକ୍ତ ଯୁବକଙ୍କ ମୃତଦେହକୁ ଜବତ କରାଯାଇଛି । ଶନିବାର ବିଳମ୍ବିତ ରାତିରେ ଉକ୍ତ ବ୍ୟକ୍ତି ବୋରୱେଲରେ ପଡ଼ିଯାଇଥିବାର ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ସେବା(ଡିଏଫ୍‌ଏସ୍‌), ଏନ୍‌ଡିଆର୍‌ଅଫ୍‌ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଅପରେଶନ ଆରମ୍ଭ ହୋଇଥିଲା । ଏହି ଅଘଟଣକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସେହିପରି ଦିଲ୍ଲୀ ଜଳବୋର୍ଡକୁ ଏନେଇ ଯାଞ୍ଚ ଆଦେଶ ଦିଆଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୋଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

five × four =