jayashree

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ବେଳେ ଅଞ୍ଚଳର ବିକାଶକୁ ନେଇ ଚର୍ଚ୍ଚା କଲେ ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱର ଗସ୍ତରେ ଥିବା ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଭାଇ ସ୍ୱର୍ଗତ ଦୀନବନ୍ଧୁ ମାଝୀଙ୍କ ସ୍ମୃତି ସଭାରେ ଯୋଗଦେବା ପାଇଁ ତାଙ୍କ ଜନ୍ମମାଟି କେନ୍ଦୁଝରକୁ ଯାଇ ସେଠାର ଆୟୋଜିତ ସ୍ୱର୍ଗତ ଦୀନବନ୍ଧୁଙ୍କ ସ୍ମୃତି ସଭାରେ ଯୋଗଦେଇ ସ୍ୱର୍ଗତ ଦିନବନ୍ଧୁ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରଘୁନାଥପଲ୍ଲୀ ବିଧାୟକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଘୁନାଥପଲ୍ଲୀ ଅଞ୍ଚଳର ବିକାଶକୁ ନେଇ ଚର୍ଚ୍ଚା କରିଥିଲେ । ଏହି ଚର୍ଚ୍ଚା ସମୟରେ ବିଧାୟକ ଶ୍ରୀ ତନ୍ତୀ ନିଜ ଅଞ୍ଚଳର ସର୍ବାଙ୍ଗୀନ ବିକାଶକୁ ନେଇ ନିଜ ବିଚାର ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ବିଧାୟକ ଦୁର୍ଗା ତନ୍ତୀ ନିଜ ଅଞ୍ଚଳର ବିକାଶକୁ ନେଇ ପୂର୍ବରୁ ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ମଧ୍ୟ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.