mahavir

ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଆର୍‌ଜିଏଚ୍‌ରେ ଲାଗିଲା ୨୨ଟି କୁଲର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରରେ ଗ୍ରୀଷ୍ମର ପ୍ରଭାବ ପ୍ରବଳ ମାତ୍ରାରେ ବୃଦ୍ଧି ପାଇଥିବାବେଳେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କ୍ରମରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀମାନେ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ କୁଲର ନଥିବା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରସାରଣ ପରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସମ୍ପ୍ରତି ଭୁବନେଶ୍ୱରରେ ଉପସ୍ଥିତ ଥିବା ରଘୁନାଥପଲ୍ଲୀ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜିନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ତୁରନ୍ତ ସ୍ୱାସ୍ଥ୍ୟ ସଚିବଙ୍କ ପାଖକୁ ଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଯୁଦ୍ଧକାଳୀନ ଭିତ୍ତିରେ କିଛି ନୂତନ କୁଲରର ବ୍ୟବସ୍ଥା କରିବା ପାଇଁ ଆଗ୍ରହ କରିଥିଲେ । ବିଧାୟକଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ସ୍ୱାସ୍ଥ୍ୟ ସଚିବ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଏ ସମ୍ବନ୍ଧରେ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ । ଫଳରେ ଆଜି ସୁଦ୍ଧା ଅର୍ଥାତ ମାତ୍ର ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ୨୨ଟି ନୂତନ କୁଲର ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ ମେଡିସିନ ୱାର୍ଡରେ ୧୬ଟି, ସର୍ଜରୀ ୱାର୍ଡରେ ୬ଟି ନୂତନ କୁଲର ଲାଗିଥିବା ବେଳେ ଖରାପ ହୋଇ ପଡ଼ିଥିବା କୁଲର ମଧ୍ୟରୁ ୫ଟିକୁ ସଜାଡି ଟିବି ୱାର୍ଡ, ଏଆର୍‌ଟିସି ଆଦି ୱାର୍ଡରେ ଲଗାଯାଇଥିବା ଜଣାପଡିଛି । ଏତଦବ୍ୟତୀତ ଖରାପ ହୋଇ ପଡ଼ିଥିବା ପଙ୍ଖା ଗୁଡିକ ମଧ୍ୟ ସଜଡ଼ା ଯିବା ପାଇଁ ପଦକ୍ଷେପ ନିଆଯାଇଛି । ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ମୁହଁରେ ହସ ଫୁଟିଛି । ଅଞ୍ଚଳର ଆବାଳ ବୃଦ୍ଧବନିତାଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ନେଇ ବିଭିନ୍ନ ଗଣମାଧ୍ୟର ଏହି ସଚେତନତା ଯୋଗୁଁ ସମସ୍ତ ଗଣମାଧ୍ୟମ ବନ୍ଧୁ ମାନଙ୍କୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଧନ୍ୟବାଦ ଜଣାଇବା ସହିତ ଯେତେବେଳେ ଯେଉଁଠି ମୁଁ ଥାଏ ନା କାହିଁକି ମୋ ଅଞ୍ଚକର ଆବାଳ ବୃଦ୍ଧବନିତାଙ୍କ ସେବା ମୋର ପ୍ରାଥମିକତା ଥିଲା, ଅଛି ଏବଂ ରହିବ ବୋଲି ବିଧାୟକ ଦୁର୍ଗା ଚରଣ ତନ୍ତୀ କହିଛନ୍ତି ।

Leave A Reply

Your email address will not be published.