csstore

୩ ପେଟି ବିଦେଶୀ ମଦ ଜବତ : କଣ୍ଟ୍ରାକ୍ଟର ଗିରିଜା ଶଙ୍କର ମହାପାତ୍ର ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୧୦ଟି ୱାର୍ଡ ପିଏଚ୍‌ଡି ଅଫିସ ନିକଟସ୍ଥ ଗୋପାଳଜି ମଠରେ ବେଇଆଇନ ମଦ ମହଜୁଦ ରହିଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଗତକାଲି ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ସେଠାରୁ ୩୦ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯିବା ସହ କଣ୍ଟ୍ରାକ୍ଟର ଗିରିଜା ଶଙ୍କର ମହାପାତ୍ର ଓରଫ ହାଡ଼ିଆଙ୍କୁ ପୋଲିସ ଗିରଫ କରିଛି । ପ୍ରକାଶ ଯୋଗ୍ୟ ଗୁରୁବାର ପୌର ନିର୍ବାଚନ ଥିବା ହେତୁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଗଞ୍ଜାମ ବଡ଼ ବଜାର ବିଦେଶୀ ମଦ ଦୋକାନ ସିଲ କରାଯାଇଛି । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ବିଦେଶୀ ମଦ କାଟୁନ ଗୁଡିକୁ ଜବତ କରିଛନ୍ତି । ପୋଲିସ କେସ୍‌ ନଂ ୪୧/୨୨ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି । ଚଢ଼ାଉ ବେଳେ ଥାନା ସେକେଣ୍ଡ ଅଫିସର ଅଜିତ କୁମାର ପରିଡା, ମହିଳା ଏସଆଇ ସୁପ୍ରଭା ସାହୁ, ଏସଆଇ ନାରାୟଣ କଅଁର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.