ପୋଲିସ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ଯାଜ୍ଞସେନୀ ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ସରୋଜ କୁମାର ନାଏକ, ପୂର୍ବତନ ଶିକ୍ଷକ ଭିକାରୀ ଚରଣ କର, ପରକ୍ଷିତ ଅଗସ୍ତି, ରାଜେନ୍ଦ୍ର କୁମାର ବନଛୋର ଯୋଗଦାନ କରିଥିଲେ । ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ବିଶ୍ୱାଲ ସଭା ପରିଚାଳନା କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ଆବାହନ ସଂଗୀତ ଗାନ କରାଯାଇଥିଲା । ଶେଷରେ ଶିକ୍ଷକ ସରୋଜ ମାଝି ଧନ୍ୟବାଦ ଅର୍ପଣ କରିଥିଲେ । କୃଷ୍ଣପ୍ରିୟା ପଣ୍ଡା, ଶରତ ନାଗ ଓ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.

twenty − six =