jsm

ଛତ୍ରପୁର ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ବଦଳି ହୋଇଯାଇଛି । ଏହି ଅବସରରେ ଛତ୍ରପୁର ନିର୍ବାଚନମଣ୍ଡଳୀର ଶ୍ରମିକ ନେତା ଶଙ୍କର ଦାଶ୍‌ଙ୍କ ନେତ୍ତୃତ୍ୱରେ ଏକ ପ୍ରତିନିଧି ଦଳ ଆସି ତାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ଶ୍ରୀ ମିଶ୍ରଙ୍କର ଦୀର୍ଘଜୀବନ କାମନା କରି ତାଙ୍କର କାର୍ଯ୍ୟକାଳ ଦକ୍ଷତା ଭିତ୍ତିରେ ଅଗ୍ରସର ହେବାର କାମନା କରାଯାଇଛି । ଛତ୍ରପୁର ତହସିଲ ଅଫିସ ପରିସରରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେଡ଼ି ନେତା ଟି.ଚନ୍ଦ୍ରଶେଖର ରାଓ, ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଏସ୍.କିଶୋର ରେଡ୍ଡୀ, ପୂର୍ବତନ ସରପଞ୍ଚ ଜ୍ୟୋତି ରଞ୍ଜନ ସାହୁ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ୍. ସଞ୍ଜୀବ ରେଡ୍ଡୀ, ଚମାଖଣ୍ଡି ସରପଞ୍ଚ ମନୋଜ ରେଡ୍ଡୀ, ଡ଼ି.ଦିଲେଶ୍ୱର ରେଡ୍ଡୀ, ଓକିଲ ମନୋଜ ପାଢ଼ୀ, ଅଶୋକ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ତହସିଲଦାର ଶ୍ରୀ ମିଶ୍ରଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ସାଧୁବାଦ ଜଣାଇଥିଲେ ।

yuvodaya
Leave A Reply

Your email address will not be published.