jayashree

ପୂର୍ବତନ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ଷଢ଼ଙ୍ଗୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ କ୍ଲଷ୍ଟର କନ୍ଦାଖାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କ ଅବସର ଉପଲକ୍ଷେ ଏକ ସାଦର ଓ ଭାବବିହ୍ୱଳ ବିଦାୟ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଦ୍ୟାଳୟ ତଥା କ୍ଲଷ୍ଟର ଅଧିନସ୍ଥ ଶିକ୍ଷକ-ଶିକ୍ଷୟିତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ରହି ଶ୍ରୀ ଷଢ଼ଙ୍ଗୀଙ୍କ ଦୀର୍ଘ ଶିକ୍ଷକତା ଜୀବନର ଅବଦାନକୁ ସ୍ମରଣ କରିଥିଲେ । ବକ୍ତାମାନେ ତାଙ୍କର ନିଷ୍ଠା, କର୍ତ୍ତବ୍ୟପରାୟଣତା, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ଓ ଶିକ୍ଷାର ଉନ୍ନତି ପାଇଁ ତାଙ୍କ ଅକ୍ଲାନ୍ତ ପରିଶ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ, ସମ୍ମାନୀୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ବିଟାବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲକ୍ଷପତି ହରପାଲ ଓ ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ନିଜ ଦୀର୍ଘ ଚାକିରୀ ଜୀବନର ଅନୁଭୂତି ବର୍ଣ୍ଣନା କରି ଶ୍ରୀ ଷଡ଼ଙ୍ଗୀ ନିଜ ସହକର୍ମୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରି ଭାବବିହ୍ୱଳ ହୋଇପଡିଥିଲେ । ଏହି ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପଢ଼ିହାରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ତାଙ୍କର ଫାଇନାଲ ପେନସନ ପତ୍ର ପ୍ରଦାନ କରିଥିଲେ । ଏଥିରେ ବିଟାବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ନାରାୟଣ ଭୁଏ ସଭା ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.