
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିରେ ଭୂମିକମ୍ପ । କଳାହାଣ୍ଡି ଜିଲ୍ଲାରେ ଅନୁଭୂତ ହେଲା ଭୂମିକମ୍ପ । ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି, ଯାହା ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି । କଳାହାଣ୍ଡି ଜିଲ୍ଲା କଲମପୁର, ଥୁଆମୂଳ ରାମପୁର, କୋକସରା, ଧର୍ମଗଡ଼ ବ୍ଲକ ଅଞ୍ଚଳରେ ସନ୍ଧ୍ୟାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।