csstore

ବଲାଙ୍ଗିର ତୈଳିକ ବୈଶ୍ୟ ସମାଜ ଭବନ ପାଇଁ ଭୂମି ପୂଜନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଶାନ୍ତିପଡା ସ୍ଥିତ ରଞ୍ଜିତ କଲୋନୀଠାରେ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ଭବନ ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କୋଷାଧ୍ୟକ୍ଷ ମହେନ୍ଦ୍ର ସାହୁ ପ୍ରାରମ୍ଭରେ ପୂଜାର୍ଚ୍ଚନା କରିଥିଲେ । ଜିଲ୍ଲା ସଭାପତି ଉମାକାନ୍ତ ସାହୁ ଏବଂ ଅନ୍ୟାନ୍ୟ ସକ୍ରିୟ ସଭ୍ୟ ରାମ ପ୍ରସାଦ ସାହୁଙ୍କର କର କମଳରେ ଭୂମିପୂଜନ କାର୍ଯ୍ୟ ସଂପାଦନ କରିଥିଲେ । ଉକ୍ତ ଉତ୍ସବରେ ବଲାଙ୍ଗିର ନଗର କମିଟି, ମହିଳା କମିଟି, ଯୁବ କମିଟି କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କର ଏକତା ରହିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଉତ୍ସବରେ ରେବତୀକାନ୍ତ ସାହୁ, ସତ୍ୟବାନ ସାହୁ, ରବିନ୍ଦ୍ର ସାହୁ, ଦେବେନ୍ଦ୍ର ସାହୁ, ଆନନ୍ଦ ସାହୁ, କୃଷ୍ଣ ବିହାରୀ ସାହୁ, ଦୁର୍ଗା ସାହୁ, ପ୍ରଦୀପ ସାହୁ, ଶରତ ଚନ୍ଦ୍ର ସାହୁ, ପ୍ରମୋଦ ସାହୁ, ଦେବଦତ୍ତ ସାହୁ, କୃଷ୍ଣ ପ୍ରସାଦ ସାହୁ, ଦେବୀ ପ୍ରସାଦ ସାହୁ, ସୁଦାମ ସାହୁ, ପ୍ରଶନ୍ନ ସାହୁ, ସ୍ୱିଟି ସାହୁ, ମମତା ସାହୁ, ଶାନ୍ତିଲତା ସାହୁ, ଆରତୀ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.