pakka

ମୃଦୁ ଭୂକମ୍ପ : ରିକ୍ଟର ସ୍କେଲ ତୀବ୍ରତା ୨.୭

kalikesh

ନୂଆଦିଲ୍ଲୀ : ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ମଣିପୁରରେ । ରାଜ୍ୟର ଚୁରାଚାନ୍ଦପୁର ଠାରେ ରବିବାର ରାତି ୨ଟା ୬ ମିନିଟ ୫୪ ସେକେଣ୍ଟରେ ଏହି ମୃଦୁ ଭୂକମ୍ପ ହୋଇଥିବା ଜଣାପଡ଼ିଛି । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ରହିଥିବା କୁହାଯାଇଛି । ନ୍ୟାସନାଲ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି । ବିଳ‌ମ୍ବିତ ରାତ୍ରୀରେ ଏହା ହୋଇଥିବାରୁ ଅନେକ ଲୋକ ଜାଣିପାରି ନାହାନ୍ତି । ଯେଉଁମାନେ ନିଜର ଜରୁରୀକାଳୀନ କାମ ପାଇଁ ଘରୁ ବାହାରେ ଥିଲେ, ସେମାନେ ଭୂକମ୍ପ ସଂପର୍କରେ ଅବଗତ ହୋଇଛନ୍ତି ବୋଲି ସୂଚନାରୁ ଜଣାପଡ଼ିଛି ।

pp
Leave A Reply

Your email address will not be published.

twenty − 11 =