jsm

ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍‌ଘାଟନ ସହ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯଥା ସ୍ପିଚ ଥେରାପୀ, ଫିଜିଓ ଥେରାପୀ, ସ୍ପଳ୍ପ ଦୃଷ୍ଟିହୀନ ତଥା ଅନ୍ୟାନ୍ୟ ବର୍ଗର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର, ସମଗ୍ର ଶିକ୍ଷା, ବଲାଙ୍ଗିରଠାରେ ଶିକ୍ଷା ଜିଲ୍ଲା ଅଧିକାରୀ ଧୃବ ଚରଣ ବେହେରାଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଯାଇଛି । ଏହି ଉଦଘାଟନୀ ସମାରୋହରେ ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ କେଶବ ଚନ୍ଦ୍ର ମେହେର, ସୁରେନ୍ଦ୍ର ଭୋଇ, ଏସ.ଭି. ନିରତାର, ବଲାଙ୍ଗିର ବ୍ରାଞ୍ଚ, ଲୋକନାଥ ସୁନା, ଗୋଷ୍ଠୀ ଶିକ୍ଷା ଅଧିକାରୀ, ପୁଇଁନ୍ତଲା ଓ ପ୍ରଶାନ୍ତ ସରାଫ, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ, ସମଗ୍ର ଶିକ୍ଷା ବଲାଙ୍ଗିର ଉପସ୍ଥିତ ଥିଲେ । ଏଥି ସହିତ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ହ୍ୱିଲ ଚେଆର, ଶ୍ରବଣ ଯନ୍ତ୍ର, ଏମ୍‌.ଏସ୍‌.ଆଇ.ଡ଼ି.କିଟ୍‌ ଇତ୍ୟାଦି ସହାୟକ ଉପକରଣ ଶିକ୍ଷା ଜିଲ୍ଲା ଅଧିକାରୀ ଧୃବ ଚରଣ ବେହେରାଙ୍କ କର କମଳରେ ବଣ୍ଟନ କରାଯାଇଥିଲା । ବଲାଙ୍ଗିର ବ୍ଳକରୁ ୧୭୫ ଜଣ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକ ଯୋଗଦାନ କରିଥିଲେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମନରେ ସାଧନ କେନ୍ଦ୍ରରେ ମିଳିବାକୁ ଯାଉଥିବା ସୁବିଧାକୁ ନେଇ ଆନନ୍ଦ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମଟିକୁ ସୁନେତ୍ରୀ ମିଶ୍ର, (ଆର୍‌.ପି.ସି.ଡବ୍ଳୁ ଏସ୍‌.ଏନ୍‌), ବଲାଙ୍ଗିର ବ୍ଲକ, ପରିଚାଳନା କରିଥିବା ବେଳେ ମହାଦେବ ମେଷବା ଓ ନିରାକାର ସାଏ ମଞ୍ଚ ପରିଚାଳନା କରିଥିଲେ । ଲୋକନାଥ ସୁନା, ଗୋଷ୍ଠୀ ଶିକ୍ଷା ଅଧିକାରୀ, ପୁଇଁନ୍ତଲା ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସମଗ୍ର ଶିକ୍ଷା, ବଲାଙ୍ଗିରର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.