pr

ଭିନ୍ନ ଢ଼ଙ୍ଗରେ ହୋଲି ପାଳନ କଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

dr. purohit

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାଇଚାରାର ପର୍ବ, ରଙ୍ଗର ପର୍ବ ହୋଲି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଳନ ଅବସରରେ ରଙ୍ଗ ମଖାଇ ରାଗ ରୋଷ ଅଭିମାନ, ମନାନ୍ତରକୁ ଭୁଲି ଯାଇ ଭାଇଚାରା, ପରସ୍ପର ସୁସମ୍ପର୍କକୁ ଆହୁରି ଦୃଢିଭୁତ କରିଥାଏ ଏହି ରଙ୍ଗର ପର୍ବ ହୋଲି । ବର୍ତ୍ତମାନ ସାରା ଦେଶରେ କୋଭିଡ କଟକଣା ନିୟମ ଅନୁସାରେ ରଙ୍ଗର ପର୍ବ ହୋଲି ପାଳନ କରୁଥିବା ବେଳେ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଭିନ୍ନ ଢ଼ଙ୍ଗରେ ହୋଲି ପାଳନ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଗ୍ରାମକୁ ଯାଇ ଫଗୁ ଅବିର ମଖାଇବା ସହ ଛୋଟ ଛୋଟ କୋମଳ ମତି ଶିଶୁ ମାନଙ୍କୁ ଲେଖନୀ ବହି, ଖାତା, କଲମ ଓ ବିସ୍କୁଟ ଆଦି ସାମଗ୍ରୀ ବଣ୍ଟନ କରିଥିଲେ । ସେବା ଚେରି ଟେବୁଲ୍ ଟ୍ରଷ୍ଟର ସଭାପତି ସୁନୀଲ ସିଂଙ୍କ ନେତୃତ୍ୱରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଟ୍ରଷ୍ଟର ଉପ ସଭାପତି ଗିରିଧାରୀ ଭୋଇ, କୋଷାଧ୍ୟକ୍ଷ ପ୍ରକାଶ ସିଂ, ରିଙ୍କୁ ନାଗ, ସିଲୁସାହୁ, ବିପିନ ମହାନନ୍ଦ, ସଂଗ୍ରାମ ବାହୁକ, ଯୁଗଳ ଶବର, ବିପିନ ଧରୁଆ, ମମତା ନାଏକ, ଚନ୍ଦ୍ରକାନ୍ତି ସେଠ, ନିରୁପମା ଭୋଇ, ଚୈତନ୍ୟ ବାଗ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.