ଭୀମଭୋଇ ମେଡିକାଲ କଲେଜ ହସପିଟାଲ ପରିସରରେ ଅମ୍ଳଜାନ ପ୍ଲାଣ୍ଟ ଉଦ୍‌ଘାଟିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସପିଟାଲ ପରିସରରେ ତରଳିକୃତ ଭେଷଜ ଅମ୍ଳଜାନ ପ୍ଲାଣ୍ଟ ( ଏଲଏମଓ ) ୧୩ କଏଲର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହେବା ପପେର ଏହା ମନ୍ତ୍ରୀ ଶ୍ରୀ ପୂଝାରୀଙ୍କ ପ୍ରଥମ ଗସ୍ତ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପୂଝାରୀଙ୍କ ସହ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲାପାଳ ଚଂଚଳ ରାଣା, ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହ, ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ସହ ହସ୍‌ପିଟାଲ ଅଧୀକ୍ଷକ ମହେନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.