csstore

ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକଙ୍କ ବିଶାଳ ରାଲି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : କନିଷ୍ଠ ଶିକ୍ଷକ ସଂଘର ବିଶାଳ ରାଲି । ପିଏବି ହାରରେ ପରିତୋଷିକ ବୃଦ୍ଧି ଓ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ସଂଶୋଧନ କରି ଅନ୍ତର୍ଭୁକ୍ତ କରିବା ଦାବୀ ନେଇ ଓଡିଶା କନିଷ୍ଠ ଶିକ୍ଷକ ସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ବରଗଡ଼ ସହରର ନିଶାମଣି ପଡ଼ିଆରୁ ଆଜି ଏକ ବିଶାଳ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପାଞ୍ଚ ବର୍ଷ ହେଲା ପାରିଶ୍ରମିକ ବୃଦ୍ଧି ପାଇଁ ସରକାରଙ୍କୁ ନିବେଦନ ଓ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ସରକାର କନିଷ୍ଠ ଶିକ୍ଷକମାନଙ୍କର ପାରିଶ୍ରମିକ ଏକ ଟଙ୍କା ମଧ୍ୟ ବୃଦ୍ଧି କରିନଥିବା ଅଭିଯୋଗ କରିଛନ୍ତି ବରଗଡ଼ ଜିଲ୍ଲା କନିଷ୍ଠ ସଂଘ । ପାଖାପାଖି ତିନି ସହ ଶିକ୍ଷକ ରାଲି ମାଧ୍ୟମରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଦରମା ବୃଦ୍ଧି ନେଇ ନାରାବାଜି କରିଛନ୍ତି । ପିଏବି ହାରରେ ପରିତୋଷିକ ବୃଦ୍ଧି, ଚୁକ୍ତିଭିତ୍ତିକ ନିୟମରେ ସଂଶୋଧନ କରି କନିଷ୍ଠ ଶିକ୍ଷକଙ୍କୁ ଅନ୍ତର୍ଭୁକ୍ତ କରିବା ଓ ସମସ୍ତ ବର୍ଗର କନିଷ୍ଠ ଶିକ୍ଷକଙ୍କୁ ମୃତ୍ୟୁ କାଳୀନ ସହାୟତା ୧୦ ଲକ୍ଷ ଟଙ୍କା ପ୍ରଦାନ ଦାବୀ କରିଛି ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ । ତିନି ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି କଡା ଚେତାବନୀ ଦେଇଛି ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ । 

jayashree
Leave A Reply

Your email address will not be published.