jayashree

ବିଜେପିର ନୂଆଖାଇ ଭେଟଘାଟ ସମାରୋହ ଜରିଆରେ ପଶ୍ଚିମ ଓଡ଼ିଶା ଉପରେ ଫୋକସ୍ : ସାମିଲ ହେଲେ ରାଜ୍ୟ ସଭାପତି

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନୂଆଁଖାଇ ଭେଟଘାଟ ସମାରୋହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ପ୍ରଦେଶ ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅନେକ ନେତା ସାମିଲ ହୋଇଥିଲେ । ଏହି ଅବସରରେ ନେତାମାନେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ସଂସ୍କୃତି ଏବଂ ନୂଆଁଖାଇ ପର୍ବର ମହତ୍ତ୍ୱ ଉପରେ ନିଜ ନିଜ ମତ ରଖିଥିଲେ । ସେହିପରି ନିର୍ବାଚନ ଆୟୋଗ ବିରୋଧରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆରୋପ ସମ୍ପର୍କରେ ବିଜେପି ପ୍ରଦେଶ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଏହି ମାମଲାରେ ତଦନ୍ତ ଚାଲିଛି ।

Leave A Reply

Your email address will not be published.