oom

ବଦଳୁଛି ଭୀମପାହାଡ଼ର ମାନଚିତ୍ର

jsmm
  • ବୋଟିଂ ପରେ ଉଦ୍‌ଘାଟନ ହେଲା କାଫେ ଓ ପାର୍କ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଭୀମଡୁଙ୍ଗୁରିର ବିରଳ ୬୩ଟି ଗୁମ୍ଫା ରହିଛି । ଆଜି ଏହା ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ ହୋଇସାରିଛି । ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଜଙ୍ଗଲ ପରିବେଶ ଓ ପର୍ଯ୍ୟଟନ ବିଭାଗ ଅନୁଦାନ ଯୋଗାଇ ଦେଇଛି । କାମ ଜୋରସୋରରେ ଚାଲିଛି । ଏବେ ବି ୬.୬ କୋଟି ଟଙ୍କାର କାମ କରିବା ପାଇଁ ବାକି ଅଛି । କାମ ଅସମ୍ପୂର୍ଣ୍ଣ ଥାଇ ଏହି ପ୍ରକଳ୍ପ ଅନେକ ଲୋକଙ୍କୁ ଆକର୍ଷିତ କରୁଛି, ତେବେ କାମ ସମ୍ପୂର୍ଣ୍ଣ ହେଲେ ଏହା ଆହୁରି ଅନେକ ଅଂଚଳର ଲୋକଙ୍କୁ ଆକର୍ଷିତ କରିବ, ଯାହାକି ଅଞ୍ଚଳର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସାହାୟକ ହେବା ବୋଲି ରବିବାର ଦିନ ମକୁନ୍ଦପୁର ପଂଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରି ପାହାଡ଼ର ପାଦଦେଶରେ ନିର୍ମିତ ଭୀମଡୁଙ୍ଗୁରି ପାର୍କ ଓ ମିଶନ କାଫେର ଉଦ୍‌ଘାଟନ କରିବା ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ପର୍ଯ୍ୟଟନ ସ୍ଥଳୀରେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ଓ ବନ ବିଭାଗ ମିଳିତ ଭାବେ ପେଟ୍ରୋଲିଂ କରିବେ ଏବଂ ପାହାଡ଼ର ଚାରି ପଟକୁ ଜବରଦଖଲ ମୁକ୍ତ କରାଯିବ ବୋଲି ଜିଲ୍ଲା ବନ ଅଧିକାରୀ କହିଥିଲେ ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ୧୦ଘଣ୍ଟା ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ଉଭୟ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ଜିଲ୍ଲା ଜଙ୍ଗଲ ଅଧିକାରୀ ନୀତିଶ କୁମାର ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରି, ଉପାଧ୍ୟାକ୍ଷା ସୁଶ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆ, ଗୌଡଗୋଠ ସରପଞ୍ଚ ରଞ୍ଜିତା ସାହୁ, ଜରାସିଂହା ସମିତି ସଭ୍ୟ ଅମିତ ତ୍ରିପାଠୀ, ବାନ୍ଧପଡା ସମିତି ସଭ୍ୟ କନ୍ତେଶ୍ୱର ପଧାନ, ଡୁମେରପିଟା ସମିତି ସଂକୀର୍ତନ ବାଗ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବଲାଙ୍ଗିର ରେଞ୍ଜର କେଶବ କିଶୋର ନାୟକ, ଫରେଷ୍ଟର ବାବୁଲାଲ ଦାଶ, ଜେନା ରାଉତଙ୍କ ସହ ବନ ବିଭାଗର ଅନେକ କର୍ମଚାରୀ ଉପସ୍ଥିତ ଥିବା ବେଳେ ଅସିତ ମିଶ୍ର, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ, ବିରେନ ମିଶ୍ର, ଅନ୍ତ ବେହେରା, ମୟ ପ୍ରଧାନୀ, ପ୍ରଫୁଲ୍ଲ ଦାସ, ବିକାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.