ଖଗସା ଗ୍ରାମ ପଂଚାୟତରେ ଭତ୍ତା ପାଇବାରୁ ବଞ୍ଚିତ ଅନେକ ବୃଦ୍ଧବୃ‌ଦ୍ଧା

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍‌ବ୍ଲକ୍‌ ଅନ୍‌ନ୍ତର୍ଗତ ଖଗସା ଗ୍ରା:ପ: ଖଗସା ଗାଁ ନିବାସୀ ଦେବରାମ କୁଅଁର (୬୦), ପଦ୍ମିନୀ କୁଅଁର (୬୦) ଖୁବ୍‌ ଗରିବ ଶ୍ରେଣୀର ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ସେମାନ‌ଙ୍କୁ ଭତ୍ତା ମିଳୁ ନଥିବା ଅଭିଯୋଗ କରିଛ‌ନ୍ତି । ସେହିପରି ଦୁର କୁଅଁର‌ଙ୍କ ସ୍ୱାମୀ ସହଦେବ କୁଅଁର ଚଳିତ ବର୍ଷ ଫେବୃଆରୀ ୨୪ ତାରିଖରେ ଆରପାରିକୁ ଚାଲିଗଲେ । କି‌ନ୍ତୁ ଏ ପର୍ୟ୍ୟନ୍ତ ବିଧବା ଭତ୍ତା ପାଇବାରୁ ସେ ମଧ୍ୟ ବଞ୍ଚିତ ଅଛ‌ନ୍ତି । ଗୁଣ ରଣା(୬୧), ମେଘନାଥ ତାଣ୍ଡି (୬୧) ଦୁହେଁ ବାତ ରୋଗୀ ଗରିବ ଶ୍ରେଣୀର ଅଟନ୍ତି । ସେମାନେ ବି ବାର୍ଦ୍ଧକ୍ୟ ଭତ୍ତା ପାଉ ନଥିବା ଅଭିଯୋଗ ହୋଇଛି । ବିମଳା କୁମ୍ଭାର ମଧ୍ୟ ବିଧବା ଭତ୍ତା ପାଉ ନଥିବା ବେଳେ ଏମାନଙ୍କୁ ତୁରନ୍ତ ଭ‌ତ୍ତା ପ୍ରଦାନ କରାଯିବାକୁ ଗାଁ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.