ଏନଏସି କାର୍ଯ୍ୟାଳୟରେ ଉଠା ଓ ଠେଲା ଦୋକାନୀ ସଂଘର ବୈଠକ

ପାଟଣାଗଡ, (କେପିଏନଏସ) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏନଏସି କାର୍ଯ୍ୟାଳୟରେ ମାଁ ପାଟେଣେଶ୍ବରୀ ଉଠା ଓ ଠେଲା ଦୋକାନୀ ସଂଘର ଏକ ବୈଠକ ଏନଏସି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଉଠା ଓ ଠେଲା ଦୋକାନୀଙ୍କ ପାଇଁ ଆସିଥିବା ବିଭିନ୍ନ ସରକାରୀ ଯୋଜନା ଓ ସ୍ବର୍ଣ୍ଣନିଧି ଯୋଜନା ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା । ସରକାରୀ ଯୋଜନାରେ କିପରି ଭାବରେ ସଂଘର ସମସ୍ତ ସଦସ୍ୟ ଏହି ଯୋଜନାରେ ଅନ୍ତର୍ଭୂକ୍ତ ହୋଇ ଏହି ଯୋଜନାର ସୁଫଳ ପାଇ ପାରିବେ ସେ ବିଷୟରେ ସଂଘର ସଭାପତି ଅନୀଲ ମେହେର ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ସୁକାନ୍ତ ବେଉରାଙ୍କ ସହିତ ଆଲୋଚନା କରିଥିଲେ । ଏହି ବୈଠକରେ ଏନଏସି ସିଇଓ ସାଗରିକା ପଟ୍ଟନାୟକ, ସିଟି ମିସନ ମ୍ଯାନେଜର ଅଫ ଅରବାନର ଅଜୟ କୁମାର ପାଳ ସହିତ ସଂଘର ଉପସଭାପତି ବିମଳ କୁମାର ବାଗ, ସମ୍ପାଦକ ଚନ୍ଦନ ସାହୁ, ବିଦ୍ୟା ମେହେର,ଲବ ଅଗ୍ରୱାଲ ଓ ଆଦି ନାରାୟଣ ପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.