pakka

ସରପଞ୍ଚଙ୍କ ବଢ଼ିଲା ଭତ୍ତା, ରାଷ୍ଟ୍ରୀୟ ସରପଞ୍ଚ ସଂଗଠନର କୃତଜ୍ଞତା

bbehera

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଡିସେମ୍ବର ଶେଷ ସୁଦ୍ଧା ଦାବି ପୂରଣ ନେଇ ସରକାର ସରପଞ୍ଚମାନଙ୍କ ଆନ୍ଦୋଳନ ସମୟରେ ପ୍ରତିଶୃତି ଦେଇଥିଲେ ସୁଦ୍ଧା ଜାନୁୟାରୀ ମାସରେ କେବଳ ବିଡିଓଙ୍କ କାଉଣ୍ଟର ଦସ୍ତଖତ ହଟାଇବାକୁ ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଚୁପ୍‌ ରହିଯାଇଥିଲେ । ଶେଷରେ ବିଳମ୍ଭରେ ହେଲେ ମଧ୍ୟ ସରପଞ୍ଚମାନଙ୍କ ସହିତ ତ୍ରିସ୍ତରୀୟ ବ୍ୟବସ୍ଥା ଭିତରେ ଥିବା ସମସ୍ତ ଜନପ୍ରନିଧି ମାନଙ୍କ ଭତ୍ତା ବଢ଼ାଇଛନ୍ତି । ଏହାକୁ ନେଇ ରାଷ୍ଟ୍ରୀୟ ଗ୍ରାମପ୍ରଧାନ/ସରପଞ୍ଚ ସଂଗଠନ ରାଜ୍ୟ ସରକାରଙ୍କ ଠାରେ କୃତଜ୍ଞତା ଜଣାଇଛି । ସରପଞ୍ଚ ଓ ଜିଲ୍ଲାପରିଷଦ ସଦସ୍ୟ ମାନଙ୍କ ମାସିକ ଭତ୍ତା ସମାନ ଭାବରେ ୧୦ ହଜାରକୁ ବୃଦ୍ଧି କରିଛନ୍ତି । ଜିଲ୍ଲା ପରିଷଦ ସଦସ୍ୟ ପୂର୍ବରୁ ୩,୫୩୦ ଓ ସରପଞ୍ଚ ୨,୩୫୦ ପାଉଥିଲେ । କିନ୍ତୁ ପଞ୍ଚାୟତ ସମିତିଙ୍କ ଭତ୍ତା ୭,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଜିଲ୍ଲା ପରିଷଦ ସଭାପତିଙ୍କ ୯,୩୦୦ ଯାଗାରେ ୩୦ ହଜାର ଓ ଉପ ସଭାପତିଙ୍କ ୭,୦୪୦ ଯାଗାରେ ୨୦ ହଜାରକୁ ବଢିଛି । ପଞ୍ଚାୟତ ସମିତ ଅଧ୍ୟକ୍ଷ ଆଗରୁ ପାଉଥିବା ୩.୫୦୩୦ ସ୍ଥାନରେ ଏଥର ୧୫ ହଜାର ଓ ଉପାଧ୍ୟକ୍ଷ ୨,୩୫୦ ସ୍ଥାନରେ ଅଧ୍ୟକ୍ଷଙ୍କ ଅଧା ଅର୍ଥାତ ସେହି ସମିତି ସଦସ୍ୟଙ୍କ ୭,୫୦୦ ଟଙ୍କା ପାଇବେ । ନାଏବ ସରପଞ୍ଚମାନେ ୯୪୦ ଟଙ୍କାରୁ ୪୦୦୦କୁ ବୃଦ୍ଧି କରାଯାଇଛି । ୧୫ ଦଫା ଦାବି ନେଇ ରାଜ୍ୟ ରାଷ୍ଟ୍ରୀୟ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବି ପତ୍ର ପଠାଇ ସରପଞ୍ଚଙ୍କ ସମସ୍ୟାର ସମାଧାନ ପାଇଁ ଚାପ ସୃଷ୍ଟି କରିଆସି ରାଜ୍ୟ ସରପଞ୍ଚ ସଂଘ ଆନ୍ଦୋଳନକୁ ଆରମ୍ଭରୁ ନୈତିକ ସମର୍ଥନ ଦେଇ ଆସିଥିଲା । ବିଳମ୍ଭରେ ହେଲେ ମଧ୍ୟ ରାଜ୍ୟ ସରକାର ସରପଞ୍ଚମାନଙ୍କ ଦାବି ପ୍ରତି ବିଚାର କରି ଭତ୍ତା ବୃଦ୍ଧି କରିଥିବାରୁ ସଂଗଠନ ରାଜ୍ୟ ସଭାପତି ରବି ରଥ ଓ ରାଜ୍ୟ ସଂପାଦକ ଡା. ରାଜାରାମ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଠାରେ ନିଜର କୃତଜ୍ଞତା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

18 − 6 =