csstore

ଭାଟିପଡାକୁ ୬-୪ ଟ୍ରାଇବେକରରେ ଗୋଲରେ ହରାଇ ବଡଗମଡା ସେମିରେ

  • ଅଇଁଲାଭଟା ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ)ପଞ୍ଚାୟତ ଅଇଁଲାଭଟା ଗ୍ରାମର ୟଙ୍ଗ ଷ୍ଟାର୍ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ୩ୟତମ ଅସ୍ତୁରାଜ ଭୋଇ ମେମୋରିଆଲ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ବଡଗମଡା ଦଳ ୬-୪ ଟ୍ରାଇବେକର ଗୋଲରେ ଭାଟିପଡା ଦଳକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଅନୁଷ୍ଠିତ ପ୍ରତିଯୋଗିତାରେ ମୁରିବାହାଲ ବ୍ଲକ ଗାଁସାଥି ସଂଘ ସଭାପତି ଗିରିଧାରୀ ସାହୁ ମୁଖ୍ୟ ଅତିଥି, ସମ୍ପାଦକ ତଥା ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ସାହୁ, ଗାଁସାଥୀ ସୁଶାନ୍ତ ଭୋଇ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ପରିଚାଳନା ବିବଛ ମାଝୀ, ବୈଷ୍ଣବ ତାଣ୍ଡି, ନବୀନ ବିହାରୀ ସରାଫ କରିଥିଲେ । ଆୟୋଜକ ୟଙ୍ଗ ଷ୍ଟାର କ୍ଲବ୍ ଅଇଁଲାଭଟାର ସଭାପତି ଟଙ୍କଧର ବାଗ, ମେମ୍ବର ହେମକାନ୍ତ ବାଗ, ବସନ୍ତ ଭୋଇ, ସୁଶାନ୍ତ ଭୋଇ, ବୁଲୁ ମାଝୀ, ପ୍ରଦୀପ ବାଗ, ଜନ୍ମ ଭୋଇ, ଯୋଗଧ୍ୟାନ ଭୋଇ, ଇନ୍ଦ୍ର ବାଗ, ଦୟାସାଗର ଭୋଇ ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରୁଛନ୍ତି । ଡୁଲାମଣି ଦାସ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଶନିବାର ୩ୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ବାଦି ଓ ଖଡିଆଳ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂତ୍ରରୁ ଜଣାପଡିଛି ।

jayashree
Leave A Reply

Your email address will not be published.