oom

ପ୍ରୟାଗରାଜରେ ହଜି ଯାଇଥିବା ଭାସ୍କର ପାଣି ଘରକୁ ଫେରିଲେ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ଵର ସର୍ବ ବୃହତ ମହାକୁମ୍ଭ ମେଳା ତଥା ସାହି ସ୍ନାନ ପ୍ରୟାଗ ରାଜରେ ଚାଲିଥିବା ବେଳେ କୋଟି କୋଟି ଶ୍ରଦ୍ଧାଳୁ ବୁଡ ପକେଇବାକୁ ପ୍ରୟାଗରାଜ ଯାଉଛନ୍ତି । ୨୯ ତାରିଖ ଦିନ ପ୍ରୟାଗରାଜକୁ ଟିଟିଲାଗଡ଼ର ଅନ୍ୟ ଲୋକଙ୍କ ସହ ଭାଷ୍କର ଚନ୍ଦ୍ର ପାଣି ସର୍ଗିଗୁଡ଼ା, ଅଶୋକ ନଗରର ବାସିନ୍ଦା ସ୍ନାନ କରିବାକୁ ପାଇଁ ଯାଇଥିଲେ । ସେଠାରେ ସ୍ନାନ କରି ଯେଉଁମାନଙ୍କ ସହ ବୁଡ ଦେବା ପାଇଁ ଯାଇଥିଲେ ସେମାନଙ୍କ ସହ ଦ୍ୱିପହର ସମୟରେ ଭୋଜନ କରି ବିଶ୍ରାମ ନେଇ ସନ୍ଧ୍ୟାରେ କୁଆଡେ ବୁଲିଯାଇ ନିଖୋଜ ହୋଇଯାଇଥିଲେ । ୩୦ ତାରିଖ ସକାଳୁ ତାଙ୍କ ପୁଅ ମାନସ ପାଣିଙ୍କୁ ଫୋନ ଯୋଗେ ଜଣେଇବା ପରେ ସେମାନେ ଅସ୍ତବ୍ୟସ୍ତ ହୋଇ ଗତ ୩୧ ତାରିଖ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୂଜକ ମାନସ ପାଣିଙ୍କ ଠାରୁ ଖବର ପାଇବା ପରେ ସାମାଜିକ ଗଣ ମାଧ୍ୟମରେ ଜୋରଦାର ପ୍ରଚାର ପ୍ରସାର କରି ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ପରିବାର ବର୍ଗ ପରେ ଭାସ୍କର ଟ୍ରେନ ଯୋଗେ ଟିଟିଲାଗଡ଼ ନିଜ ଘରକୁ ଫେରିଥିବା ତାଙ୍କ ପୁଅ ମାନସ ପାଣି ଆମ ପ୍ରତିନିଧି ସଞ୍ଜୟ କୁମାର ନାୟକଙ୍କୁ ଅବଗତ କରାଇଥିଲେ । ପ୍ରୟାଗରାଜରେ ଭାସ୍କର ପାଣି ତାଙ୍କ ଗାଡ଼ିକୁ ଅପେକ୍ଷା କରି ଏପାଖ ସେପାଖ ବୁଲୁ ଥିବା ଦେଖି ଜଣେ ମହିଳା କଣ ଅସୁବିଧା ହୋଇଛି କି ବୋଲି ପଚାରି ବୁଝିବା ସହ ତାଙ୍କର ଦୁଇ ପୁଅଙ୍କୁ କହି ବିହାର ଟ୍ରେନରେ ବସେଇ ନିଜ ମୋବାଇଲ ନମ୍ବର ଦେଇ କିଛି ଅସୁବିଧା ହେଲେ ଖବର ଦେବେ ମୁଁ ପହଞ୍ଚିବି ବୋଲି କହି ଟ୍ରେନରେ ବସେଇ ଦେଇଥିଲେ । ଟ୍ରେନରେ ବିହାର, ବିହାରରୁ କୋଲକାତା, କୋଲକାତାରୁ ଭୁବନେଶ୍ବର, ଭୁବନେଶ୍ଵର ଠାରୁ ଟିଟିଲାଗଡ଼ ଟ୍ରେନ ଯୋଗେ ଆସିଥିବା ଶ୍ରୀ ପାଣି କହିଛନ୍ତି । ତେବେ ସେ ସୁରକ୍ଷିତ ଭାବେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଠାରୁ ପ୍ରମାଣିତ ଯେ, ଆଜିବି ମଣିଷ ପଣିଆ ବଞ୍ଚିଛି, ସହଯୋଗ ବି ଲୋକ କରୁଛନ୍ତି । ସେହି ସାହାଯ୍ୟ କରିଥିବା ପରିବାର ବର୍ଗଙ୍କୁ ଫୋନ କରି ପାଣି ପରିବାର ଧନ୍ୟବାଦ ଅର୍ପଣ କରିଛନ୍ତି ।

jittmm
Leave A Reply

Your email address will not be published.