pakka

ଭାରତୀୟଙ୍କ ଛାତିରେ ଜାଗା କରିଗଲେ ସେନା ମୁଖ୍ୟ

bbehera

ମ.ରାମପୁର, (ହେମନ୍ତ ସାହୁ) : ବିମାନ ଦୁର୍ଘଟଣାରେ ପରଲୋକ ପ୍ରାପ୍ତି ହୋଇଥିବା ସେନା ମୁଖ୍ୟ ସବୁ ଭାରତୀୟଙ୍କ ଛାତିରେ ଘର କରିଗଲେ । ତାଙ୍କରି ଏବଂ ଅନ୍ୟ ମାନଙ୍କ ଓ ଦୁଃଖଦ ପରଲୋକ ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ଆଜି କଳାହାଣ୍ଡିର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ଆୟୋଜିତ ଶୋକ ସଭାରେ ଅତିଥି ମାନେ କହିଥିଲେ । ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ହୋଇଥିବା ଶୋକସଭାରେ ଅତିଥି ଭାବରେ ବରିଷ୍ଠସାମ୍ବାଦିକ ହେମନ୍ତ ସାହୁ, ସମାଜସେବୀ ସତ୍ୟ ନାରାୟଣ ସାହୁ, ଧନସିଂ ମାଝୀ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ସ୍ମୃତିଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦ୍ରୋଣାଚାର୍ଯ୍ୟ ମାଝୀ, ସୁନିତା ତାଣ୍ଡି, ନିରଞ୍ଜନ ମହାରଣା, ଯଜ୍ଞସେନୀ ଭୋଇ, କୌରବ ସାହୁ, ଶଙ୍କର ସୁନା, ନୃପେଶ୍ଵର୍ ପଣ୍ଡା, ବାରୁ ମାଝୀ, ଲଳିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

1 × three =