ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌ : ୨ ଗୁରୁତର

ନୟାଗଡ଼ : ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଦୁର୍ଗାପ୍ରସାଦ ନିକଟରେ ଦୁର୍ଘଟଣା । ଆଉ ଏହି ଦୁର୍ଘଟଣା ପରେ କାର୍‌ଟି ଜଳିଯାଇଛି । ଏପିରିକି ଗାଡିରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଦୁର୍ଗାପ୍ରସାଦ ନିକଟରେ କାର୍‌ଟି ଦୁର୍ଘଟଣାର ହୋଇଛି ଶିକାର । ଏପିରିକି କାର୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । କାର୍‌ଟି ଗଛରେ ପିଟି ହେବା ପରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଯେଉଁଥିରେ କାର୍‌ଟି ଜଳିଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଘଟଣାସ୍ଥଳରେ ଉଦ୍ଧାର କରି ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କାର୍‌ଟି ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ଏବେ ଯାଏଁ ଦୁଇ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

two × 5 =