csstore

ବରିଷ୍ଠ ନାଗରିକ ଦମ୍ପତିଙ୍କ ଭାରତୀୟ ସମ୍ମିଳନୀରେ ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ପ୍ରେରଣାରେ ଜିଲ୍ଲା ସଂଘର ସାଧାରଣ ସଂପାଦକ ବସନ୍ତ ଆଚାର୍ଯ୍ୟ ଏବଂ ତାଙ୍କର ସହଧର୍ମଣୀ ମହିଳା ସଂଗଠନର ସଭ୍ୟା ପ୍ରତିମା ମିଶ୍ର ପୁନେ ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା ଭାରତୀୟ ସ୍ତରର ବରିଷ୍ଠ ନାଗରିକ ସମ୍ମିଳନୀରେ ଯୋଗଦେଇ ଅନେକ ସମସ୍ୟା ଏବଂ ସୁବିଧା ସୁଯୋଗ ଉପରେ ଆଲୋଚନା କରିଛନ୍ତି । ବିଶେଷ କରି ମହାରାଷ୍ଟ୍ର ସରକାର ଯେପରି ବରିଷ୍ଠ ନାଗରିକମାନଙ୍କୁ ସହାୟତା ଦେଇଛନ୍ତି ଏବଂ ରେଲ ଯାତ୍ରାରେ ରିହାତି ଉପରେ ଦୃଢ ଭାବରେ ଦାବି ଜଣାଇ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଓଡିଶା ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉକ୍ତ ଦମ୍ପତିଙ୍କ ଦୁଇ ନାତୁଣୀ ଶ୍ରୀନିକା ଆଚାର୍ଯ୍ୟ ଏବଂ ମିସ ଚେତନମୟୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି କଳାରଙ୍ଗ ମଂଚରେ ଉପସ୍ଥିତ ଥିବା ସମସ୍ତଙ୍କୁ ମନମୁଗ୍ଧ କରି ଚର୍ଚ୍ଚାର ପ୍ରିୟପାତ୍ର ହୋଇଛନ୍ତି ଯାହାକି ଓଡିଶା ରାଜ୍ୟର ଗର୍ବ ବୋଲି ପ୍ରକାଶ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ମୀନା ମେଡମ, ବିଷ୍ଣୁ ସାମନ୍ତ ଏବଂ ଓଡିଶା ତଥା ପଶ୍ଚିମ ଓଡିଶାରୁ ଯୋଗ ଦେଇଥିବା ସମସ୍ତ ସଭ୍ୟସଭ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରି ଆସନ୍ତା ବର୍ଷ ପୁଣି ଯୋଗଦେବାକୁ କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.