ଗତ ୨୪ ଘଣ୍ଟାରେ ୧,୩୦୦ରୁ ଅଧିକ ଭାରତୀୟଙ୍କୁ ୟୁକ୍ରେନରୁ ଅଣାଯାଇଥିବା ନେଇ ଟୁଇଟ୍‌ ଯୋଗେ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଋଷର ଆକ୍ରମଣ ପରେ ୟୁକ୍ରେନର ସ୍ଥତି ଲଗାତର ଭୟାନକ ହେବାରେ ଲାଗିଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସଗରକାର ଜୋର୍‌ଦାର ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଭାରତ ଗତ ୨୪ ଘଣ୍ଟାରେ ୟୁକ୍ରେନରୁ ୧,୩୭୭ ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଆଣିଥିବା ନେଇ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଙ୍କର ଆଜି ସୂଚନା ଦେଇଛନ୍ତି ।

ୟୁକ୍ରେନରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ କରାଯାଇଥିବା ‘ଅପରେସନ ଗଙ୍ଗା’ ଅଭିଯାନରେ ଗତ ତିନି ଦିନ ମଧ୍ୟରେ ୨୬ରୁ ଅଧିକ ବିମାନ ଉଦ୍ଧାର କାର୍ଯ୍ୟ ପାଇଁ ଉଡ଼ାଣ କରିସାରିଛି । ୟୁକ୍ରେନର ବାୟୁ ପଥ ବନ୍ଦ ହେବା କାରଣରୁ ରୋମାନିୟା, ହଙ୍ଗେରି ଓ ପୋଲାଣ୍ଡ ଭଳି ଦେଶର ବିମାନ ବନ୍ଦରରେ ବିମାନ ଅବତରଣ କରି ଭାରତୀୟମାନଙ୍କୁ ଫେରାଇ ଅଣାଯାଉଛି । ଏନେଇ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ଗତକାଲି ଗଣମାଧ୍ୟମକୁ କହିଛନ୍ତି ଯେ, ୟୁକ୍ରେନ ରାଜଧାନୀ କିଭ୍‌ରେ ଏବେ ଆଉ କୌଣସି ଭାରତୀୟ ରହିନାହାନ୍ତି । ସେଠରେ ରହିଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.