ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଭଣ୍ଡବାବାକୁ ଗ୍ରାମବାସୀ : ମଦ ଓ ମାରଣାସ୍ତ୍ର ଜବତ, ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭଣ୍ଡବାବାଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ମଦ ମାଂସ ସହ ଉତ୍‌ପାତ କହିଲେ ନସରେ । ଖୁଂଟରେ ବାନ୍ଧି ନିସ୍ତୁକ ପିଟଛନ୍ତି ଲୋକେ । ପୋଲିସ ଜିମା ପରେ ମାରଣାସ୍ତ୍ର ଜବତ ମଧ୍ୟ ଭଣ୍ଡବାବା ଠାରୁ ଜବତ୍‌ ହୋଇଛି । ଏଭଳିି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଧୀନସ୍ଥ କନ୍ଦକେଲଗାଁ ପଂଚାୟତ ଗୁର୍ଲାମାଲ ଗ୍ରାମରେ । ଗୁର୍ଲାମାଲ ଗାଁର ବାବା ମଠରେ ଅନେକ ଦିନ ଧରି ରହି ଆସୁଥିଲେ ତୁଲସି ବାଦଲ ଦାସ । ଟାଙ୍ଗିଆ, ଛୁରୀ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଓ ପୂଜା ସମଗ୍ରୀ ରଖିବା ସହିତ ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ତେବେ ଏଥିରେ ଉତ୍ୟକ୍ତ ହୋଇ ଲୋକେ ବାବାଙ୍କୁ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ତେବେ କାହିଁକି ଏହି ବାବା ଜଣକ ପାଖରେ ଟାଙ୍ଗିଆ, ଛୁରୀ ଓ ମଠରେ ପୂଜା ସାମଗ୍ରୀ ସହିତ ଦୁବ ଚାଉଳ, ସିନ୍ଦୂର ଭଳି ଅନେକ ସାମଗ୍ରୀ ଦେଖିବାକୁ ମିଲିଥିଲା ? କାହାକୁ ବଳି ଦେବା ଉଦ୍ଦେଶ୍ୟରେ ନୁହେଁ ତ’ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ସଇଁନ୍ତଲା ପୁଲିସ ଘଟଣା ସ୍ଥଳରୁ ବାବା ତୁଲସି ବାଦଲ ଦାସକୁ ଉଦ୍ଧାର କରି ଥାନାକୁ ନେଇଥିବା ବେଳେ ବାବାଠାରୁ ମାରଣାସ୍ତ୍ର ଜବତ ହୋଇଛି । ଏହି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଜିଲ୍ଲାରେ ଅନେକ ଦିନ ହେଲା ମାତିଛନ୍ତି ଭଣ୍ଡବାବା । ଗତ ଫେବୃଆରୀ ମାସ ୨୨ ତାରିଖରେ ଦୁଇ ଜଣ ଭଣ୍ଡବାବା ଦାମୀ ଗାଡିରେ ଆସି ସଇଁନ୍ତଲା ରମେଶ ମୋବାଇରୁ ଦୋକାନୀଙ୍କୁ ବିଭୂତି ଲଗାଇ ଲୁଟି ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ସଇଁନ୍ତଲା ପୁଲିସ ଏକ ମାମଲା ରୁଜୁ କରିଥିଲେ ସୁଦ୍ଧା ଭଣ୍ଡ ବାବାଙ୍କ ସନ୍ଧାନ ପାଇଁ ପାରିନାହିଁ । ଏବେ ପୁଣି ବାବା ସଇଁନ୍ତଲାରେ ଜଣଙ୍କର ଘରେ ପଶି ମଦ୍ୟପାନ କରି ଉପ୍‌ôାତ ରଚିବା ଅଭିଯୋଗ ହୋଇଛି । ଗତ ଏକ ମାସ ଭିତରେ ସଇଁନ୍ତଲା ଥାନା ଅଂଚଳରେ ଦୁଇ ଦୁଇ ଭଣ୍ଡ ବାବାଙ୍କ କଳା କାରମାନା ପରେ ସ୍ଥାନୀୟ ଅଂଚଳରେ ଭୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

seventeen + 19 =

error: Content is protected !!