pakka

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ୧୦୯ତମ ଜୟନ୍ତୀ ପାଳନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣା ମହାରାଜ ସ୍ମୃତି କମିଟି ଆନୁକୁଲ୍ୟରେ ରାଜଶ୍ରୀ ପାଟଣା ମହାରାଜା ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କର ୧୦୯ ତମ ଜୟନ୍ତୀ ପାଳନ ହୋଇଯାଇଛି । ସ୍ମୃତି କମିଟି ସଦସ୍ୟ ଓ ସଦସ୍ୟାମାନେ ରାଜେନ୍ଦ୍ର ପାର୍କରେ ଥିବା ପାଟଣା ମହାରାଜାଙ୍କ ପ୍ରତିମୁତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ପୁଷ୍ପାଞ୍ଜଳି ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ମୃତି କମିଟିର ଅଧ୍ୟକ୍ଷ ଶରତ ଚନ୍ଦ୍ର ମିଶ୍ର, ସମ୍ପାଦକ ରାଜେନ୍ଦ୍ର ପାଣିଗ୍ରାହୀ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ଉପଦେଷ୍ଟା କବି ସନ୍ଦିପ କୁମାର କୁଅଁର ପ୍ରମୁଖ ପାଟଣା ମହାରାଜାଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଜତ ପାଣିଗ୍ରାହୀ, ସ୍ୱୟସିଂଦ୍ଧା ହୋତା, ସୌଦାମିନୀ ଥାର୍ଟି, ଲିଙ୍ଗରାଜ ଜୁଏଡ, ସୁମନ ଭାଟି, ତାଗିର ମହମ୍ମଦ, ଜାଗ୍ରତ ପାଣିଗ୍ରାହୀ ପ୍ରମୁଖ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ । ପରେ କଲେଜ ଛକରେଥିବା ପାଟଣା ମହାରାଜାଙ୍କ ପ୍ରତିମୁତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ସ୍ମୃତି କମିଟି ସଦସ୍ୟ ଓ ସଦସ୍ୟାମାନେ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

fifteen + 16 =