pakka

ଭାଜପାର କଂଟାବାଂଜି ତହସିଲ ଅଫିସ ସମ୍ମୁଖରେ ୨ ଘଂଟିଆ ବିକ୍ଷୋଭ

bbehera
  • ତୁରେକେଲା ବ୍ଲକକୁ ୨୦୨୧-୨୨ର ଫସଲ ବୀମା ସହ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବାମ କେନାଲ ସଂଯୋଗ ଦାବୀ
  • ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ୫ ଦଫା ଦାବୀପତ୍ର ପ୍ରଦାନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଭାରତୀୟ ଜନତା ପାର୍ଟି ଦ୍ୱାରା ୫ ଦଫା ଦାବୀ ନେଇ ବୁଧବାର ଦିନ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ୨ ଘଂଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୫ ଦଫା ଦାବୀ ମଧ୍ୟରେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ନିର୍ବାଚନ ମଣ୍ଡଳୀର ଉପାନ୍ତ ଚିର ମରୁଡି ପ୍ରପୀଡିତ ତୁରେକେଲା ବ୍ଲକର ଚାଷୀମାନେ ଗତ ୨୦୨୧-୨୨ ବର୍ଷରେ ଧାନ ଓ କପା ଚାଷ ସହିତ ଅନ୍ୟାନ୍ୟ ଫସଲର କୃଷି ବୀମା କରିଥିଲେ, କିନ୍ତୁ କ୍ରପ କଟିଙ୍ଗ ପରେ ମଧ୍ୟ ଫସଲ ବୀମା ପ୍ରଦାନ କରାଯାଇ ନାହିଁ । ଚଳିତ ବର୍ଷ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲେ ସୁଦ୍ଧା ଚାଷୀଙ୍କୁ ଉପଯୁକ୍ତ ବିହନ ଓ ସାର ପ୍ରଦାନ କରାଯାଇ ନାହିଁ । ଜଳସେଚନ ବିହୀନ ତୁରେକେଲା ବ୍ଲକରେ ଚାଷୀମାନେ ଗଭୀର ନଳକୂପ ପାଇଁ ସରକାରୀ ନିୟମ ମୁତାବକ ଟଙ୍କା ଜମା କରିଥିଲେ ସୁଦ୍ଧା ନଳକୂପ ଖନନ କରାଯାଇ ନାହିଁ । ଫଳରେ ଯଥା ଶୀଘ୍ର ସମାଧାନ କରିବା, ତୁରେକେଲା ବ୍ଲକ ସଂପୂର୍ଣ୍ଣ ଭାବେ ଜଳସେଚନ ବିହୀନ ତେଣୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବାମ କେନାଲକୁ ତୁରେକେଲା ବ୍ଲକ ଦେଇ ମୁରିବାହାଲ ବ୍ଲକ ଯାଏ ସଂପ୍ରସାରଣ ଦାବୀ, ଜଂଗଲ ଜମି ପଟ୍ଟାଧାରୀଙ୍କୁ କୃଷି ବୀମାରେ ସାମିଲ କରିବା ଆଦି ଏକ ଦାବୀପତ୍ର ତହସିଲଦାର ସମିର ରଂଜନ ବେହେରାଙ୍କ ଜରିଆରେ ଓଡିଶା ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ ଭାଜପା କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ ଅଫିସ ସମ୍ମୁଖରେ କରାଯାଇଥିବା ବିକ୍ଷୋଭରେ ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି, କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଶତାଧିକ ଭାଜପା କର୍ମୀ ସାମିଲ ଥିଲେ । ସ୍ଥାନୀୟ ପୋଲିସ ପ୍ରଶାସନ ଦ୍ୱାରା ସଂପୂର୍ଣ୍ଣ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରାଯାଇଥିଲା ।

jay balangir
Leave A Reply

Your email address will not be published.

16 + one =

error: Content is protected !!