ପୁରୁଖା ସାମ୍ବାଦିକ ଭାଗବତ ପ୍ରସାଦ ନନ୍ଦ ଆଉ ନାହାନ୍ତି

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଶିଷ୍ଟ ସମାଜସେବୀ, ପୁରୁଖା ସାମ୍ବାଦିକ ଭାଗବତ ପ୍ରସାଦ ନନ୍ଦ ଆଉ ନାହାନ୍ତି । ଆଜି ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ଜଣେ ନିର୍ଭୀକ ନିରପେକ୍ଷ ସାମ୍ବାଦିକ ତଥା ବହୁ ଜନ ଆନ୍ଦୋଳନର ନେତୃତ୍ଵ ସହ ଜଡ଼ିତ ଥିଲେ ସେ । ବୁର୍ଲା ଡ଼ାକ୍ତରଖାନା ଆନ୍ଦୋଳନ, ହାଇକୋର୍ଟ ଆନ୍ଦୋଳନ ହେଉ ବା କୌଣସି ଶିକ୍ଷାନୁଷ୍ଠାନ ବା ସାମାଜିକ ସମସ୍ୟା ହେଉ ସ୍ୱତଃ ସେ ଜଡ଼ିତ ରହୁଥିଲେ । ତା‌ଙ୍କ ଭଳି ଜଣେ ମହାପୁରୁଷଙ୍କୁ ହରାଇ ଆଜି ସମଗ୍ର ପ‌ଶ୍ଚିମ ଓଡ଼ିଶା ନିଃ‌ସ୍ୱ ହୋଇଯାଇଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରନ୍ତି ।

Leave A Reply

Your email address will not be published.