ls

ଭାରତୀୟ ବଂଶୋଭବ ଭବ୍ୟାଲାଲ ହେଲେ ନାସାର କାର୍ୟ୍ୟନିର୍ବାହୀ ମୁଖ୍ୟ

sb

ନୂଆଦିଲ୍ଲୀ: ଆମେରିକା ସ୍ପେସ୍ ଏଜେନ୍ସିର କାର୍ୟ୍ୟନିର୍ବାହୀ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ଭାରତୀୟ ବଂଶୋଭବ ଭବ୍ୟାଲାଲ୍ । ଭବ୍ୟାଲାଲଙ୍କୁ ନାସାର କାମଚଳା ମୁଖ୍ୟ ଭାବେ ନିଯୁକ୍ତ କରିଛି ହ୍ବାଇଟ୍ ହାଉସ୍ । ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ବ୍ୟାପକ ଅଭିଜ୍ଞତା ରଖିଛନ୍ତି ଭବ୍ୟାଲାଲ । ଇନଷ୍ଟିଚ୍ୟୁଟ୍ ଫର୍ ଡିଫେନ୍ସ ଆନାଲିସିସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଲିସି ଇନଷ୍ଟିଚ୍ୟୁଟ୍‌ରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ଭବ୍ୟାଲାଲ । ନାସା ପାଇଁ ସ୍ପେସ୍ ଟେକ୍ନୋଲୋଜି, ରଣନୀତିର ନେତୃତ୍ୱ ମଧ୍ୟ ନେଇଛନ୍ତି । ସେ ୨୦୦୫ରୁ ୨୦୨୦ ପର୍ୟ୍ୟନ୍ତ ଆମେରିକାରେ ରିସର୍ଚ ଷ୍ଟାଫ୍ ଭାବେ କାର୍ୟ୍ୟ କରିଛନ୍ତି । ବିଡେନଙ୍କ ସ୍ଥାନାନ୍ତରଣ ଏଜେନ୍ସି ସମୀକ୍ଷା ଟିମରେ ମଧ୍ୟ ଭବ୍ୟାଲାଲ୍ ସ୍ଥାନ ପାଇବା ସହ ନାସା, ପ୍ରତିରକ୍ଷା ବିଭାଗ ଗୁପ୍ତଚର , ଓ ଫେଡେରାଲ୍ ସ୍ପେସ୍ ଆଧାରିତ ସଂଗଠନଗୁଡିକୁ ମଧ୍ୟ ପରିଚାଳନା କରିବାର ଅଭିଜ୍ଞତା ରଖିଛନ୍ତି ଭବ୍ୟାଲାଲ ।

pc pk
Leave A Reply

Your email address will not be published.