pakka

ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

bbehera

ରାୟଗଡ଼ା : ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେସନ ନିକଟରେ ରବିବାର ଏକ ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ସହିତ ୨ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟ ଆହତ ହୋଇଛନ୍ତି । ଅନ୍ୟ କୋଣସି ଯାତ୍ରୀ ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ଟ୍ରେନର ଇଞ୍ଜିନ ସହିତ ଆଉ ଦୁଇଟି ଯାତ୍ରୀବାହୀ ବଗି ରେଳ ଧାରଣାରୁ ତଳକୁ ଖସିପଡ଼ିଥିଲା। ଖବରପାଇ ବିଜୟନଗରମ୍‌ ଓ ବିଶାଖାପାଟଣା ଷ୍ଟେସନ ସମେତ ସ୍ଥାନୀୟ ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଶାଖାପାଟଣା ରେଳ ଡିଭିଜନ କାର୍ଯ୍ୟାଳୟଠାରୁ ରିଲିଫ ଟିମ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦୁର୍ଘଟଣା ଯୋଗୁ ବିଜୟନଗରମ ଓ ବିଶାଖାପାଟଣା ଷ୍ଟେସନ ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଟ୍ରେନ୍‌ ବିଭିନ୍ନ ସ୍ଥାନରେ ଅଟକି ରହିଛି ।

jay balangir
Leave A Reply

Your email address will not be published.

eleven + 17 =

error: Content is protected !!