
ବରଗଡ, (ମୁନ୍ନା ସାହୁ) : ସିଲ୍ ହେଲା ବେସରକାରୀ ନର୍ସିଂହୋମ । ଚିକିତ୍ସାରେ ଅବହେଳା ପଡିଲା ମହଙ୍ଗା । ସିଲ୍ ହେଲା ବରଗଡ ଜିଲ୍ଲା ବିଜେପୁରର ଅମୃତ ଧାରା ନର୍ସିଂହୋମ । କିଛି ମାସ ତଳେ ଜଣେ ପ୍ରସୂତି ମହିଳାଙ୍କ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ହୋଇଥିଲା । ଚିକିତ୍ସାରେ ଅବହେଳା ଓ ବିଳମ୍ବ ପାଇଁ ଉଭୟ ଶିଶୁ ଓ ମା’ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ପାଖରେ ମୃତ ମହିଳାଙ୍କ ସ୍ୱାମୀ ବିଜେପୁର ଟୁହିଲାମାଲ୍ ଗାଁର ନାରାୟଣ ମହାନନ୍ଦ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ କରି ଉକ୍ତ ନର୍ସିଂ ହୋମକୁ ସିଲ୍ କରିଛି । ପୋଲିସ ସହ ବିଜେପୁର ତହସିଲଦାରଙ୍କ ଉପସ୍ଥିତିରେ ସିଲ୍ ହେଲା ନର୍ସିଂହୋମ୍ ।