
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ନଦୀ ଆଡ଼ିବନ୍ଧ ନଥିବା ସ୍ଥାନରେ ନଦୀ ପାଣି ଉଛୁଳି କଣ୍ଡରା ଗ୍ରାମରେ ପାଣି ପଶିଥିବାରୁ ଟିଟିଲାଗଡ଼ ବ୍ଲକ କୁରସୁଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଡରା ଗ୍ରାମର ଚାରିଜଣ ବ୍ୟକ୍ତି ନଦୀ ଏବଂ ଗାଁ ନାଳ ମଝିରେ ଫଶି ରହିଥିଲେ । ଖବର ପାଇ ସରପଞ୍ଚ ପ୍ରତିନିଧୀ ନିମାଇଁ ଚରଣ ବେହେରା ଓ ସାଂସଦ ପ୍ରତିନିଧୀ ମୁକେଶ ଜୈନ ଅପରାହ୍ନ ୨ଘଣ୍ଟା ସମୟରେ ସେହି ସ୍ଥାନକୁ ଯାଇ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ତହସିଲଦାର ଶଙ୍କର ବାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନାଗଙ୍କୁ ଯୋଗାଯୋଗ କରିଥିଲେ । ଅପରାହ୍ନ ୫ଘଣ୍ଟା ସମୟରେ ପ୍ରଶାସନିକ ଅଧିକାରୀ ମାନେ ଏବଂ ସାଂସଦ ପ୍ରତିନିଧୀ ମୁକେଶ ଜୈନ ଆସିବା ସହ ବଲାଙ୍ଗିର ଓଡ଼୍ରାଫ୍ ଟିମ୍ ପହଞ୍ଚି ରାତ୍ରି ୨ଘଣ୍ଟା ୧୫ ମିନିଟ୍ ସମୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । କଣ୍ଡରା ଗ୍ରାମ ୱାର୍ଡ ସଭ୍ୟ ଏବଂ ଗ୍ରାମବାସୀ ଯୁବଗୋଷ୍ଠୀ ସଚେତନ ନାଗରିକ ମାନେ ସହଯୋଗ କରିଥିଲେ । ଖବର ପାଇବା ମାତ୍ରେ ଟିଟିଲାଗଡ଼ ପ୍ରଶାସନିକ ଅଧିକାରୀ ମାନେ ତୁରନ୍ତ ପଦକ୍ଷେପ ନେଇ ରାତ୍ରି ୩ ଘଣ୍ଟା ପର୍ଯ୍ୟନ୍ତ ରହି ଉଦ୍ଧାର କାର୍ଯ୍ୟ ସଫଳତାର ସହିତ କରାଇ ଥିବାରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ନେତୃତ୍ୱ ବୃନ୍ଦ ଓ ଅଧିକାରୀଙ୍କ ଉପସ୍ଥିତ ରହି ଏହି କାର୍ଯ୍ୟ କରାଇଥିବାରୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।