om academy

ଉଚ୍ଚ ଲହଡି ମାଡ଼ରେ ବେଳାଭୂମି ଅବକ୍ଷୟ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବର୍ଷା ଦିନେ ସାଧାରଣତଃ ନଦୀ ଓ ସମୁଦ୍ର ଜଳ ଫୁଲି ଉଠିଥାଏ । ଅନେକ ବର୍ଷ ହେଲା ଅଶାନ୍ତ ସମୁଦ୍ର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳରେ ବେଳାଭୂମି ଅବକ୍ଷୟ ହେଉଥିବା ପରିଲକ୍ଷିତ ହେଉଛି । ସମ୍ପ୍ରତି ବର୍ଷାଦିନ ଫଳରେ ସମୁଦ୍ର ଜଳ ପୁଲି ଉଠୁଥିବା ବେଳେ ଉଚ୍ଚ ଲହଡି ମାଡ଼ ଯୋଗୁଁ ବେଳାଭୂମି ଅବକ୍ଷୟ ହୋଇ ହେନ୍ତାଳବଣ ନଷ୍ଟ ହୋଇପଡୁଥିବା ଲକ୍ଷ କରାଯାଉଛି । ବିଶେଷକରି ଅମାବାସ୍ୟା ଓ ପୂର୍ଣ୍ଣମୀ ଜୁଆର ସମୟରେ ଗଞ୍ଜାମ ବ୍ଲକର ପୋଡମପେଟା ଗ୍ରାମଠାରୁ ପ୍ରୟାଗୀ ଗ୍ରାମ ମଧ୍ୟରେ ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିରେ ଝାଉଁ ଓ କାଜୁ ଗଛଗୁଡିକ ଟଳି ପଡିଥିବା ଦେଖିବାକୁ ମିଳିଛି । ଉକ୍ତ ସ୍ଥାନ ମାନଙ୍କରେ ପ୍ରାୟ ୯ ଫୁଟର ଗଭୀରତା ସୃଷ୍ଟି ହୋଇଛି । ଫଳରେ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ଶୈବପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବେଳାଭୂମିକୁ ଯିବା ନିମନ୍ତେ ସମସ୍ୟା ସୃଷ୍ଟି ହେଉଥିବା ଲକ୍ଷ କରାଯାଉଛି । ଅନ୍ୟପଟେ ପୁରୁଣା ପୋଡମପେଟା ଗ୍ରାମରେ ରହିଥିବା ଗୋଟାକ ପରେ ଗୋଟିଏ ଘର ଗୁଡିକ ମଧ୍ୟ ତାସପତା ପଡିବା ପରି ସମୁଦ୍ରର ଆଁ ମଧ୍ୟରେ ଲିନ ହେବକୁ ବସିଲାଣି । ପ୍ରତି ବର୍ଷ ଏପରି କୂଳଲଙ୍ଘି ବେଳାଭୂମି ଅବକ୍ଷୟ ସ୍ଥାନୀୟ ଅଞ୍ଚଳର ସମୁଦ୍ର ବେଳାଭୂମିରେ ଭୌଗଳିକ ଚିତ୍ର ବଦଳୁଥିବା ଯୋଗୁଁ ଏହାର ସୁରକ୍ଷା ନେଇ ବିକଳ୍ପ ବ୍ୟବସ୍ଥା ନିହାତି ଆବ୍ୟାକତା ରହିଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.