pakka

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ବଲାଙ୍ଗିର ସ୍ଥିତ ସାଗରପଡାରେ କୁନି ନାମକ ଜଣେ ମହିଳାଙ୍କ ଦେହାନ୍ତ ହୋଇଛି ବୋଲି ଖବର ମିଳିଥିଲା ବଲାଙ୍ଗିରର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ । ପରେ ଜଣାପଡିଲା ଯେ ସେହି ମହିଳା ଜଣଙ୍କର ୨ ତିନି ଦିନ ହେବ ମୃତ୍ୟ ହୋଇ ସାରିଥିଲା ଏବଂ ତାଙ୍କ ଛୋଟ ୫ ବର୍ଷିଆ ଝିଅ ତାଙ୍କ ସଂଗେ ରହୁଥିଲେ । ପରେ ପୋକ ଏବଂ ଦୁର୍ଗନ୍ଧ ବାସ୍ନା ହେବାରୁ ତାଙ୍କ ଝିଅ ପଡୋଶୀଙ୍କୁ ଖବର ଦେଇଥିବା ବେଳେ ପରେ ବଲାଙ୍ଗିର ପୋଲିସ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ସରିବା ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ବିଭୁତିପଡା ସ୍ଥିତ ସ୍ମଶାନରେ ସସମ୍ମାନରେ ଅସହାୟ ମହଳାଙ୍କ ଶବକୁ ସତ୍କାର କରାଯାଇଥିଲା । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ସଭାପତି ବିବେକାନନ୍ଦ ପଟେଲ, ସମ୍ପାଦକ ବ୍ରଜ ଗୋପାଳ ସିଂ, ପ୍ରିତମ ବରାଡ଼, ବୀରେନ୍ଦ୍ର ସାହୁ, କନ୍ଦର୍ପ ରଣା, ବିଶ୍ୱଜିତ ପଟେଲ, ଶ୍ରୀପତି ପ୍ରଧାନ ଆଦି ରହି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

8 − 5 =

error: Content is protected !!