ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ସହିଦ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡିସେମ୍ବର ତା.୨୭/୧୨/୨୦୧୦ ରିଖ ଦିନ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ କର୍ମୀ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ପୋଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ଦୁଇ କର୍ମୀଙ୍କୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସହିଦ ଘୋଷଣା କରିଥିଲେ । ସେହିଦିନଠାରୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସହିଦ ଦିବସ ପାଳନ କରିଆସୁଛି । ଆଜି ପାଇକମାଲ ବ୍ଲକ ଟେମରୀ ଗ୍ରାମର ସହିଦ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ୧୧ତମ ସହିଦ ସ୍ତମ୍ବଠାରେ ପୂର୍ବତନ ଆବାହକ ରାହାସ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଥିଲା । ପ୍ରଥମେ ସହିଦ ସ୍ତମ୍ବଠାରେ ସ୍ୱର୍ଗତ ରମେଶ ସାହୁଙ୍କ ମା’ ଦୀପ ପ୍ରଜ୍ୱଳନ ଓ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରିଥିଲେ । ସହିଦ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ଧିରେନ ମହାନ୍ତି, ସୁରେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ଡମ୍ବରୁଧର ରଣା, ଶଙ୍କର୍ଷଣ ପଣ୍ତା, ଚୁଡାମଣି ପାଣିଗ୍ରାହୀ, ଧବଳେଶ୍ଵର ବରିହା, ସମାରୁ ଠାକୁର, ତୁକାରାମ ଠାକୁର, ମମତା ସାହୁ, କୌଲାସ ଦିଶ୍ରୀ, ବନବାସୀ ସାହୁ ପ୍ରମୁଖ ଉପସ୍ଥିତ ରହି ସହିଦ ମାଧବ ସିଂ ଠାକୁର ଓ ତାଙ୍କ ସହଯୋଗୀ ରମେଶ ସାହୁଙ୍କ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ଶେଷରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ସଂପାଦକ ଦୁର୍ଯ୍ୟୋଧନ ପୁଟା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.