pakka

ଲଗାଣ ବର୍ଷାରେ ବଲାଙ୍ଗିର ସହରର ଅବସ୍ଥା ବେହାଲ : ଶାସ୍ତ୍ରୀନଗରରେ ଲୋକଙ୍କ ଘରକୁ ପଶିଲା ବର୍ଷା ଜଳ, ପୌରାଧ୍ୟକ୍ଷା ପହଂଚିଲେ ଲୋକଙ୍କ ପାଖରେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷାରେ ବଲାଙ୍ଗିର ସହରର ଅବସ୍ଥା ବେହାଲ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଶାସ୍ତ୍ରୀନଗରରେ ଲୋକଙ୍କ ଘରକୁ ବର୍ଷା ଜଳ ପଶିଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଥିବା ସମୟରେ ପୌରାଧ୍ୟକ୍ଷା ଲିକା ସାହୁ ଅଂଚଳରେ ପହଂଚି ଲୋକଙ୍କ ଅବସ୍ଥା ବୁଝିବା ସହ ଅଗ୍ନିଶମ ବିଭାଗକୁ ଡ଼କାଇ ତୁରନ୍ତ ଜମି ରହିଥିବା ବର୍ଷା ଜଳକୁ ନିସ୍କାସନ କରାଇଥିବା ଦେଖିବାକୁ ମିଳିଛି । ସେହିପରି ତହସିଲ୍‌ଦାର୍‌ଙ୍କୁ କହି ପଡ଼ାବାସୀଙ୍କୁ ପୋଲିଥିନ୍‌ ଯୋଗାଇଥିବା ଜଣାପଡ଼ିଛି । ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ସାମ୍ମି ଜୟଶ୍ରୀ ରେଡ୍ଡି, କାଉନସିଲର ଶତୃଘ୍ନ ବାଗ ଏବଂ ପୌର କର୍ମଚାରୀମାନେ ଶାସ୍ତ୍ରୀନଗରରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

eighteen + twelve =