pakka

ବେଆଇନ ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ୩ଗାଡ଼ିକୁ ଜୋରିମାନା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ତହସିଲ ଅଧିନରେ ଥିବା କଛାରପାଲି ଗାଁର ସୋନଗଡ଼ ନଦୀରୁ ଓଡି୦୩ଆର ୪୪୦୨(ମହିନ୍ଦ୍ରା), ଓଡି୦୩ଜେ ୫୬୬୦ (ସ୍ୱରାଜ) ଏବଂ ଓଡି୦୩ ଜି ୯୩୦୮ (ସ୍ୱରାଜ) ୩ଟିି ଟ୍ରାକ୍ଟରରେ ବାଳି ଚାଲାଣ କରୁଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଲ, ସୁପରଭାଇଜର ଅଧିର ନାଏକ ଗାଡ଼ିଗୁଡ଼ିକୁ ଅଟକ ରଖି ବାଲି ଚାଲାଣ ସମ୍ବନ୍ଧୀୟ ଦଲିଲ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ବେଆଇନ ଭାବେ ଚାଲାଣ ହେଉଥିବା ଜଣାପଡ଼ିବା ପରେ ଓଡି୦୩ଜେ ୫୬୬୦ ଏବଂ ଓଡି୦୩ଜି ୯୩୦୮ ଦୁଇ ଗାଡ଼ିରୁ ୧୦ହଜାର ୧୧୧ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରି ଛାଡ଼ି ଦେଇଥିବା ବେଳେ ଓଡ଼ି୦୩ ଆର ୪୪୦୨ର ମାଲିକ ପ୍ରଦିପ ସାହୁ ଜୋରିମାନା ପଇଠ ନ କରିବାରୁ ବାଲି ବୋଝାଇ ଟ୍ରାକ୍ଟରକୁ ଦେଓଗାଁ ଥାନରେ ଦାଖଲ କରିଥିବା ସୁପରଭାଇଜର ଶ୍ରୀଯୁକ୍ତ ନାଏକ କହିଛନ୍ତି ।

Leave A Reply

Your email address will not be published.

10 + two =