ଗୁଡଭେଲାରେ ବ୍ରାହ୍ମଣ ମହାସଭାର ବାର୍ଷିକୋତ୍ସବ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ଶିବ ମନ୍ଦିରଠାରେ ସୋମବାର ଆଞ୍ଚଳିକ ବ୍ରାହ୍ମଣ ସମାଜ ପକ୍ଷରୁ ସମାଜର ବାର୍ଷିକୋତ୍ସବ ଓ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଅନ୍ତମୁଖୀ କାର୍ଯ୍ୟ ସଂପାଦନା କରାଯାଇଥିଲା । ଉତ୍ସବରେ ଉପସଭାପତି ଦୁର୍ଯ୍ୟୋଧନ ଦାସ କର୍ତ୍ତା ଓ ଚତୁର୍ଭୁଜ ପଣ୍ଡା ପୂଜା କାର୍ଯ୍ୟ କରିଥିଲେ । ଲୋକନାଥ ମହାପାତ୍ର ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ । ପରେ ସଭାପତି ସୁଦାମଚରଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମାଜର ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.