csstore

କେଟିଏଚ୍‌ର ବିଂଶତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ ) : ସିଭିଲ ଟାଉନସିପ ସ୍ଥିତ କଳିଙ୍ଗ ଟ୍ରମା ହସ୍ପିଟାଲ (କେଟିଏଚ)ର ବିଂଶତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ହସ୍ପିଟାଲର ମୁଖ୍ୟ ଡାକ୍ତର ଉତ୍ତମ ଚରଣ ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି ଉତ୍ସବରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ୨୦୦୬ ମସିହାରେ ଆରମ୍ଭ ହୋଇଥିବା । ଏହି ହସ୍ପିଟାଲ ତା’ର ଲକ୍ଷ୍ୟ ଓ ଆଭିମୁଖ୍ୟକୁ ବଜାୟ ରଖିବାରେ ସଫଳ ହୋଇଛି ବୋଲି ମତ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ହସ୍ପିଟାଲ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ସେବା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି କାର୍ଯ୍ୟକ୍ରମରେ ବୀଣାପାଣି ଜେନା, ଡାକ୍ତର ଲୋପାମୁଦ୍ରା ଜେନା, ଡାକ୍ତର ସିଦ୍ଧାର୍ଥ ଜେନା, ଡାକ୍ତର ସୌମ୍ୟରଞ୍ଜନ ମାହାତୋ, ଡାକ୍ତର ଆରକେ ପାତ୍ର ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ପରିଚାଳନାରେ ରଞ୍ଜିତା, ବିରାଜିନୀ, ଆଲିଶ, ଫୁଲବାସା, ବାସନ୍ତୀ, ମୀନା, ନମନ୍ତୀ, ଶାନ୍ତି, ନିମା, ଶିତଲ, ପୂର୍ଣ୍ଣିମା, ପ୍ରିତୀ, ସବିତା, ଦୁଶିଲା, ଦୁତିରାଣୀ, ସୈ।ରପ୍ରଭା, କଳ୍ପନା, ରୁକ୍ମିଣୀ, ଅମିତା, ଦୀପ୍ତି, ମମତା, ରଜନୀ, ଆରତୀ, ସୁନିତା, ସୋନିଆ, ସେତଙ୍ଗ, ଲକ୍ଷ୍ମୀ, ମେରୀ, ଚାନ୍ଦିନୀ, ସଞ୍ଜୁକ୍ତା, ପୁନିଆ, ସସ୍ମିତା, ଲିପ୍ସା, ସୁନିତା, ରଞ୍ଜନ, ପ୍ରୀତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ବୀଣାପାଣି ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.