csstore

ସତ୍ୟପିର ବାବା ଅବଦୁଲ କାଦିର ଜିଲ୍ଲାନିଙ୍କ ବାର୍ଷିକ ଉତ୍ସବ

  • ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧ ସତ୍ୟପିର ବାବା ଅବଦୁଲ କାଦିର ଜିଲ୍ଲାନିଙ୍କ ବାର୍ଷିକ ଉତ୍ସବ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସତ୍ୟପୀର ଫାର୍ମ ହାଉସ, ଘୋରଡିଆ ଠାରେ ରବିବାର ମଈ ରୁନ ମେମୋରିୟାଲ ଚାରି ଟେବୁଲ ଟ୍ରଷ୍ଟ ଓ ହାଇଟେକ ହସ୍ପିଟାଲ ଓ ମେଡିକାଲ କଲେଜ, ଭୁବନେଶ୍ଵର ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ସହିତ ପିର ବାବା ଓ ଜାତୀୟ ସଂହତି ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ପରିଚାଳକ ଉଜୁରୀ ମହମ୍ମଦଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଆଲୋଚନା ସଭାରେ ହାଇଟେକ ହସ୍ପିଟାଲ ଓ ମେଡିକାଲ କଲେଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ମାଲକୀନ ବେହେରା, ଉପ ସଭାପତି ମନୋଜ ଦାଶ, ଭେଷଜ ବିଭାଗର ଡାକ୍ତର ରାମକୃଷ୍ଣ ମିଶ୍ର, ଅସ୍ଥିଶଲ୍ୟ ଡାକ୍ତର ଏ ଦ୍ୱିବେଦୀ, ଚକ୍ଷୁ ବିଭାଗର ଡାକ୍ତର ଏସ୍‌ପି କର, ଶିଶୁ ବିଭାଗର ଡାକ୍ତର ସରୋଜ ନାୟକ, ସ୍ତ୍ରୀ ରୋଗ ବିଭାଗର ଡାକ୍ତର ଏସ୍‌ ନାୟକ ଇସିଜି ଦେବାଶିଷ ସାମନ୍ତରାୟ, ସଂଯୋଜକ ସନତ କୁମାର ବେହେରା, ସୁଶାନ୍ତ ସାହୁ, ଟ୍ରଷ୍ଟର ଉପଦେଷ୍ଟା କମୂର୍ ମହମ୍ମଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ୧୮୫ ଜଣ ବିଭିନ୍ନ ବିଭାଗର ରୋଗୀ ନାମ ପଞ୍ଜିକରଣ କରିଥିଲେ । ଡାକ୍ତର ମାନେ ସେମାନଙ୍କୁ ପରୀକ୍ଷା କରି ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ହାଇଟେକ ହସ୍ପିଟାଲର ଷ୍ଟାଫ ଓ ଟ୍ରଷ୍ଟର ସମସ୍ତ କାର୍ଯ୍ୟକର୍ତ୍ତା ଏଥିରେ ସହଯୋଗ କରିଥିଲେ । ଶେଷରେ ଟ୍ରଷ୍ଟ ପରିଚାଳକ ଉଜୁରୀ ମହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.