oom

କନଗାଁ ସମଲେଶ୍ୱରୀ ଶିକ୍ଷା ଓ ଧର୍ମାର୍ଥ ନ୍ୟାସର ବାର୍ଷିକ ବୃତ୍ତି ପ୍ରଦାନ ଉତ୍ସବ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ କନଗାଁଠାରେ ଶ୍ରୀ ସମଲେଶ୍ୱରୀ ଶିକ୍ଷା ଓ ଧର୍ମାର୍ଥ ନ୍ୟାସର ସପ୍ତଦଶ ବାର୍ଷିକ ବୃତ୍ତି ପ୍ରଦାନ ଉତ୍ସବ ଅନୁଷ୍ଠାନର ସଭାପତି ପୁର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡାକ୍ତର ଶିଶିର କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଲକ୍ଷ ହାସଲ ନିମନ୍ତେ କଠିନ ପରିଶ୍ରମ କରିବାକୁ ଆହ୍ୱନ କରିଥିଲେ । ଶିକ୍ଷାବିଦ୍ ଗିରିଜା ଶଙ୍କର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଟ୍ରଷ୍ଟୀ ଟେକଚାନ୍ଦ ଦୁଆନ, ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସାହୁ, ଜଗଦୀଶ ଆଚାର୍ଯ୍ୟ, ଚନ୍ଦ୍ର ଶେଖର ବାରିକ, ତୁଲାରାମ ମେହେର, ସୁବାସ ଚନ୍ଦ୍ର ସାହୁ, ଗଣନାଥ ବାରିକ, ମୋତିଲାଲ ବେହେରା ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । କନଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମକୁମାର ବାରିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ କେଦାରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କନଗାଁ, ବେହେରାପାଲି, ଗର୍ଭଣା ଗ୍ରାମର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କନଗାଁ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ପରିଚାଳନାରେ ସହଯୋଗ କରିଥିଲେ ।ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ କନଗାଁଠାରେ ଶ୍ରୀ ସମଲେଶ୍ୱରୀ ଶିକ୍ଷା ଓ ଧର୍ମାର୍ଥ ନ୍ୟାସର ସପ୍ତଦଶ ବାର୍ଷିକ ବୃତ୍ତି ପ୍ରଦାନ ଉତ୍ସବ ଅନୁଷ୍ଠାନର ସଭାପତି ପୁର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡାକ୍ତର ଶିଶିର କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଲକ୍ଷ ହାସଲ ନିମନ୍ତେ କଠିନ ପରିଶ୍ରମ କରିବାକୁ ଆହ୍ୱନ କରିଥିଲେ । ଶିକ୍ଷାବିଦ୍ ଗିରିଜା ଶଙ୍କର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଟ୍ରଷ୍ଟୀ ଟେକଚାନ୍ଦ ଦୁଆନ, ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସାହୁ, ଜଗଦୀଶ ଆଚାର୍ଯ୍ୟ, ଚନ୍ଦ୍ର ଶେଖର ବାରିକ, ତୁଲାରାମ ମେହେର, ସୁବାସ ଚନ୍ଦ୍ର ସାହୁ, ଗଣନାଥ ବାରିକ, ମୋତିଲାଲ ବେହେରା ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । କନଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମକୁମାର ବାରିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ କେଦାରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କନଗାଁ, ବେହେରାପାଲି, ଗର୍ଭଣା ଗ୍ରାମର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କନଗାଁ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.