pakka

ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଏଡସ ଦିବସ-୨୦୨୧ ପାଳିତ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୁବର୍ଣ୍ଣପୁରଠାରେ ଆଜି ବିଶ୍ୱ ଏଡସ ଦିବସ – ୨୦୨୧ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଦୀପ କୁମାର ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା କାର୍ଯ୍ୟାକ୍ରମରେ ‘ଅସମାନତାକୁ ସମାପ୍ତ କରି ଏଡସ୍‌ର ମୂଳୋତ୍ପାଟନ ସହ ମହାମାରୀକୁ ଶେଷ କରିବା’ ବାର୍ତ୍ତାରେ ସଂକଳ୍ପ ନିଆଯାଇଛି । ସମାଜ ସଚେତନତା ହିଁ ଏଡସକୁ ଶେଷ କରିବାର ପ୍ରମୁଖ ମାଧ୍ୟମ ବୋଲି ଡା.ଗୁରୁ ଆହ୍ବାନ ଦେଇଥିଲେ । ସୂଚନା ଅନୁସାରେ, ୨୦୦୫ରୁ ୨୦୨୧ ସୁଦ୍ଧା ସୁବର୍ଣ୍ଣପୁର ଜିଲ୍ଲାରେ ୧୮୧ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ବି ୧୨୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଇତିମଧ୍ୟରେ ୨୯ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ଅବସରରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ରମେଶଚନ୍ଦ୍ର ସ୍ୱାଇଁ, ବରିଷ୍ଠ ଡା.ତ୍ରିବିକ୍ରମ ପାଣ୍ଡିଆ ଓ ଜିଲ୍ଲା ରେଡକ୍ରସର ଅଧ୍ୟାପକ ଉମାକାନ୍ତ ନାଗ ପ୍ରମୁଖ ଏଡସର କାରଣ ନିଦାନ ଓ ନିରାକରଣ ସହ ଚିକିତ୍ସା ଉପରେ ଆଲୋଚନା କରିଥିଲେ । ଏଡସ୍‌କୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

jay balangir
Leave A Reply

Your email address will not be published.

fourteen − thirteen =