pakka

ଜୁରିଆଠାରେ ଖରିଫ ଧାନ ବିକ୍ରି ପାଇଁ ଧାନମଣ୍ଡିର ଶୁଭାରମ୍ଭ କଲେ ଖପ୍ରାଖୋଲ ବିଡିଓ ରଶ୍ମି ରଞ୍ଜନ ରାଉତ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଜୁରିଆଠାରେ ଖରିଫ ଧାନ ବିକ୍ରି ପାଇଁ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ସମ୍ମାନୀତ ଅତିଥି ରୂପେ ବ୍ଲକ ଯୋଗାଣ ନିରକ୍ଷକ ବିକାଶ ବାର୍ଲା, ସିଇଓ ସିଦ୍ଧାର୍ଥ ଶଙ୍କର ମିଶ୍ର, ସମ୍ପାଦକ ଶ୍ରୀପତି ଭୋଇ ଯୋଗଦେଇ ନଡ଼ିଆ ଭାଙ୍ଗି ଉଦ୍‌ଘାଟନ କରିଥିଲେ । ଚାଷୀ ନେତା କନ୍ଦର୍ପ ସୁଆର, ଜୟନ୍ତ ମେହେର, ସୁଦାମ ସୁଆର, ସନ୍ତୋଷ ଦାଶ, ଲଳିତ ବାଗ, ଗନ୍ଧର୍ବ ବାରିହା, ରାଧେଶ୍ୟାମ ମେହେର, ଜଗଦୀଶ ରଣା, ଯଦୁମଣି ରଣା, ରାଜକିଶୋର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଧଣ୍ଡାମୁଣ୍ଡାଠାରେ ସମ୍ପାଦକ ରାଜେନ୍ଦ୍ର ଭୋଇ, ତେଲେନପାଲିଠାରେ ସମ୍ପାଦକ ଗଣେଶ ମାଝୀ ଧାନମଣ୍ଡି ଉଦ୍‌ଘାଟନ କରିଥିଲେ ।

jay balangir
Leave A Reply

Your email address will not be published.

15 − 4 =