ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ସଂଗ୍ରାମୀ ସ୍ମୃତିବନର ବାର୍ଷିକ ଉତ୍ସବ ଓ କାରଗିଲ ବିଜୟ ଦିବସ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ବୃକ୍ଷ ହିଁ ଜୀବନ, ଏକ ପେଡ଼ ମାଁ କେ ନାମ, ମା ପାଇଁ ଗଛଟିଏ ପରି ପଦକ୍ଷେପ ଅନେକ ସମାଜସେବୀ, ସଂଗଠନ’ ଅନୁଷ୍ଠାନ ଓ ରାଜନେତା ସବୁଜ ପରିବେଷ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି । ମାତ୍ର ଏହା ସୋସିଆଲ ମିଡିଆରେ ଫଟୋ ମଧ୍ୟରେ ସୀମିତ ହୋଇରହିଛି । ମାତ୍ର ଆଜିର କାରଗିଲ ବିଜୟ ଦିବସ ସହ ସ୍ଵାଧୀନତା ସଂଗ୍ରାମୀଙ୍କୁ ସ୍ମରଣୀୟ କରିବା ପାଇଁ ବରଗଡ଼ ଜିଲ୍ଲାର ୧୫୩ ଜଣ ସ୍ଵାଧୀନତା ସଂଗ୍ରାମୀଙ୍କ ନାମରେ ୧୫୩ଟି ବୃକ୍ଷରୋପଣ କରିଛି ବରଗଡ ସାମ୍ବାଦିକ ସଂଘ । ଯାହାର ନାଁ ସଂଗ୍ରାମୀ ସ୍ମୃତିବନ ରଖାଯାଇଛି । ଖାଲି ସେତିକି ନୁହଁ ତାହାର ଯତ୍ନ ଓ ରକ୍ଷଣା ବେକ୍ଷଣ ପରେ ଆଜି କେକ୍ କାଟି ତୃତୀୟ ବର୍ଷ ପାଳନ କରିଛି ବରଗଡ଼ ସାମ୍ବାଦିକ ସଂଘ । ଗତ ୨୦୨୨ ଜୁଲାଇ ୨୬ କାରଗିଲ ବିଜୟ ଦିବସରେ ବରଗଡ ସାମ୍ବାଦିକ ସଂଘ ସଦର ବ୍ଲକ ଗୋବିନ୍ଦପୁର ନିକଟରେ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ସ୍ମୃତି ପାଇଁ ଏହି ସଂଗ୍ରାମୀ ସ୍ମୃତିବନର ପରିକଳ୍ପନା କରାଯାଇଥିଲା । ଯାହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା । ସୂଚନା ଥାଉକି ଭାରତର ସ୍ୱାଧୀନତା ସଂଗ୍ରାମରେ ବରଗଡ ଜିଲ୍ଲାର ୧୫୩ ଜଣ ସ୍ୱାଧୀନତା ସଂଗ୍ରାମୀ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଏହି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇଲେ ଆପେ ଆପେ ବରଗଡ ଜିଲ୍ଲା ସୋହେଲା ଅନ୍ତର୍ଗତ ପାଣିମୋରା ଗ୍ରାମର ୪୩ ଜଣ ସଂଗ୍ରାମୀମାନଙ୍କ କଥା ମନେପଡିଯାଏ, ଯାହାକି ଭାରତ ବର୍ଷରେ ଗୋଟିଏ ଗ୍ରାମରୁ ଏତେ ସଂଖ୍ୟକ ସଂଗ୍ରାମି ସେହି ସମୟରେ ବାହାରିବା ବିରଳ ଅଟେ । ଏହିପରି ବରଗଡ ଜିଲ୍ଲାରେ ୧୫୩ ଜଣ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସୃତି ଉଦ୍ଦେଶ୍ୟରେ ଜଙ୍ଗଲ ବିଭାଗର ଅନୁମୋଦନ କ୍ରମେ ସାମ୍ବାଦିକ ସଂଘ ତରଫରୁ ‘ସୃତି ଉଦ୍ୟାନ’ର ପରିକଳ୍ପନା କରାଯାଇଥିଲା ଏବଂ ତିନି ବର୍ଷ ତଳେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇ ତାହା କିପରି ବଞ୍ଚି ରହିବ ତାରି ରକ୍ଷଣା ବେକ୍ଷଣ ସାମ୍ବାଦିକ ସଂଘ ପକ୍ଷରୁ କରାଯାଇଥିଲା । ଆଜି ଏହାର ତୃତୀୟ ବର୍ଷ ପୂର୍ତ୍ତି ଅବସର‍ରେ ସଂଘର ସଭାପତି ସୁରେନ୍ଦ୍ର କୁମାର ହୋତା ଙ୍କ ପୌରୋହିତ୍ୟରେ ଆୟୋଜିତ ତୃତୀୟ ବାର୍ଷିକୀ ସମାରୋହ ପାଳନ କରାଯାଇଛି । ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶଙ୍କରବଲ୍ଲଭ ମିଶ୍ରଙ୍କ ହାତରେ କେକ କାଟି ତୃତୀୟ ଜନ୍ମ ବାର୍ଷିକୀ ପାଳନ କରାଯାଇଥିଲା । ଆଜି କାରଗିଲ ଦିବସ ଅବସର‍ରେ କାରଗିଲରେ ସହିଦ ହୋଇଥିବା ବୀର ଜବାନ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ତ୍ରିରଙ୍ଗା ପତାକା ତଳେ ସୃତି ଚାରଣ କରାଯାଇଥିଲା । ପରେ ସଂଘର ସମସ୍ତ ଅତିଥି ସଂଗ୍ରାମୀ ସ୍ମୃତିବନ ବୁଲି ଦେଖିଥିଲେ । ଯାହାକି ଜଙ୍ଗଲ ପରିବେଶ ଅନୁଭୁତ ହୋଇଥିଲା । ଗୋବିନ୍ଦପୁର ସରପଞ୍ଚ ପ୍ରଫୁଲ୍ଲ ନାୟକ, ପୁରନ୍ଦର ଭୋସାଗରଙ୍କ ସମେତ ସ୍କୁଲ ଛ୍ରାତ୍ରମାନେ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.