csstore

ମହୁଲପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକର ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ ମହୁଲପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ଖେଳଣା ଆମ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମୂଖ୍ୟ ଅତିଥିଭାବେ ତୁରେକେଲା ବ୍ଳକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା ଭାବେ, ସରପଞ୍ଚ ମହୋଦୟା ବିଲାସ ପୁଟେଲ, ସମାଜ ସେବୀ ସୁବାଷ ପୁଟେଲ ସମ୍ମାନୀତ ଅତିଥିଭାବରେ ଯୋଗଦେଇଥିଲେ । ମାନ୍ଦଲା ସିଆରସିସି ଧନ ସିଂ ମାଝୀ ସଭା ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଯଶୋବନ୍ତୀ ପୁଟେଲ ଉଦ୍ଦେଶ୍ୟ ଜ୍ଞାପନ ଓ ଡିଙ୍କେଶ୍ୱରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆମ ସମାଜରୁ ହଜି ଯାଉଥିବା ସଂସ୍କୃତି, ଖେଳନା ଗୁଡ଼ିକ ସଂଗ୍ରହ କରି ଛାତ୍ରଛାତ୍ରୀମାନେ ଏକ ପ୍ରଦର୍ଶନୀ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ଉପସ୍ଥିତ ହୋଇଥିଲେ ।

jayashree
Leave A Reply

Your email address will not be published.