pakka

କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗରେ ବାର୍ଷିକ ଉତ୍ସବ ଅଧ୍ୟାପକ ଡ଼. ଅଜିତ କୁମାର ଭୋଇଙ୍କ ସଭାପତତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ଡ. ମୁକେଶ ମହଲିଙ୍ଗ ଯୋଗ ଦେଇ ପିଲାଙ୍କୁ ଉତ୍ତମପଥରେ ଚାଲିବା ପାଇଁ ତଥା ପରିଶ୍ରମ କେବେ ବିଫଳ ଯାଏ ନାହିଁ ସେ ବିଷୟରେ ପରାମର୍ଶ ଦେଲେ । ଅଞ୍ଚଳର ଅନ୍ୟ ଏକ ଜ୍ଞାନୀ ବ୍ୟକ୍ତି ଗୋଲକ ବିହାରୀ ପଟେଲ ତଥା ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିବା ଅଧ୍ୟକ୍ଷ ବିଜୟ କୁମାର କଲେତ ମହାଶୟ ପ୍ରାଚୀନ ତଥ୍ୟକୁ ଉଖାରିବ ସହିତ କଲେଜର ବିକାଶ କଥା ତଥା ପିଲାଙ୍କ ଉନ୍ନତି ପାଇଁ ପରାମର୍ଶ ଦେଲେ । ଅଧ୍ୟାପକ ଡ଼.ଲକ୍ଷ୍ମଣ ମେହେର ପିଲାଙ୍କ ଉନ୍ନତି ଦିଗରେ ଏକ ସୁନ୍ଦର କବିତା ପଠନ କରିବା ସହ, ଶେଷରେ ଅଧ୍ୟାପିକା ବିଜ୍ଞଶ୍ରୀ ଗୁରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବାର୍ଷିକ ଉତ୍ସବର ସଂସ୍କୃତିକ କାର୍ଯ୍ୟକ୍ରମରେ ସୁନୀତା ବରିହା ସଙ୍ଗୀତ ଗାନ କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ, ରୋଜି ସାହୁ, ମୋନାଲିସା ବେହେରା, ସ୍ବପ୍ନା, ଯଶୋବନ୍ତି, ଚିନ୍ମୟୀ ଗାନ କରିଥିଲେ । ଅନୁମଇ, ଚୁମକି, ରୁକ୍ସାନା, ଚିନ୍ମଇ, ରାଜେଶ ଡାନ୍ସ ଗ୍ରୁପ ନୃତ୍ୟ ପରିବେଷଣ କରିଥିବା ବେଳେ କୁସମେଲ ଲମ୍ବୋଦର ସାହୁ ମ୍ୟୁଜିକ୍‌ କାର୍ଯ୍ୟରେ ସହଯୋଗ କରିବା ସହ ରାହୁଲ ନୃତ୍ୟ ପରିବେଷଣ କରିଥିଲେ । ମାନ୍ୟବର ବିଧାୟକଙ୍କ କର କମଳରେ ‘ସଜ ଗୋଲାପା’ ଉନ୍ମୋଚନ ହୋଇଯାଇଛି । ସଜ ଗୋଲାପର ଉପଦେଷ୍ଟା ହେଉଛନ୍ତି ବିଜୟ କୁମାର କଲେତ ଏବଂ ଡ. ଅଜିତ କୁମାର ଭୋଇ । ସମ୍ପାଦକ ଡ. ଲକ୍ଷ୍ମଣ ମେହେର, ସହ ସମ୍ପାଦକ ଶିବାଶିଷ ମିଶ୍ର, ସୁଶ୍ରୀ ଜାଗୃତି ଗଡତ୍ୟା ।ସହଯୋଗୀ ଥିଲେ ସୁରଜ୍ ପ୍ରତାପ ସିଂହଦେଓ, ରଞ୍ଜନ ସାହୁ, ଅକ୍ଷୟ କୁମାର ସାହୁ, ସତ୍ୟମ୍ ପଧାନ, ଚିନ୍ତାମଣି ଦାସ, ହରିପ୍ରିୟା ନାୟକ । ସଜଗୋଲାପରେ କବିତା ଲେଖି ଥିବା ଛାତ୍ର ଛାତ୍ରୀ ହେଲେ ହିତେଶ କୁମାର ସାହୁ, ଜାଗୃତି ଗଡତ୍ୟା, ଆଶାରାଣୀ ସାହୁ, ବିଦେଶ କୁମାର ସାହୁ, ହରିପ୍ରୀୟା ନାୟକ, ଡିଲେଶ୍ୱରି ଷଣ୍ଢ, ରୋଜି ସାହୁ, ଶିବାଶିଷ ମିଶ୍ର, ଅନିତା ବିଶ୍ଵାଳ, ବର୍ଷାରାଣୀ ଭୁଏ, ଶ୍ରାବଣୀ ସାଏ, ପୁଷ୍ପାଞ୍ଜଳି ନାୟକ, ଚିନ୍ତାମଣି ଦାସ ଏମାନେ କବିତା ଉପସ୍ଥାପନା କରିଥିଲେ ।

jay balangir
Leave A Reply

Your email address will not be published.

7 + 2 =