csstore

ଅଶୁର୍ଲା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅଶୁର୍ଲା ଗ୍ରାମରେ ଥିବା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଲୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବାଗଦେବୀ ସରସ୍ୱତୀ ଓ ଶ୍ରୀ ଗଣେଶଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସରୋଜିନୀ ଶବରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଂଚାୟତର ସମିତିସଭ୍ୟ କେଦାର ଭୋଇ, ମୁଖ୍ୟବକ୍ତା ଭାବେ କପିଳାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଳ, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ନାଏବ ସରପଞ୍ଚ ଝସକେତନ ସାହୁ, ଶିକ୍ଷକ ସୁନୀଲ ମିଶ୍ର, ଦୀପକ ବେହେରା, ଆଇଭି ଜୟନ୍ତୀଲାଲ ହଂସ, ବିଦ୍ୟାଳୟ ପରିଚାଳନା ସମିତିର ସଭାନେତ୍ରୀ ସୁମତି ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର କିପରି ଭାବେ ଉନ୍ନତି ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ କଣ୍ଟାବାଞ୍ଜି ଅଞ୍ଚଳର ଅର୍ଗସ ନ୍ୟୁଜ ପ୍ରତିନିଧି ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ଓ ସମାଜସେବା କ୍ଷେତ୍ରରେ କେଦାର ଭୋଇଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସ୍କୁଲର ୨ ଜଣ ଛାତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷୟତ୍ରୀ ମିନାକ୍ଷୀ ଦାସ ବାର୍ଷିକ ବିବରଣୀ ପଠନ କରିଥିବା ବେଲେ ସହକାରୀ ଶିକ୍ଷକ ଭୀଷ୍ମଶଙ୍କର ଭୋଇ ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଯୁକ୍ତା ସାହୁ, ରଶ୍ମିତା ସାହୁ, ସ୍ୱେଚ୍ଛାସେବୀ ଧର୍ମେନ୍ଦ୍ର ଦାସ ପ୍ରମୁଖଙ୍କ ସହ ପରିଚାଳନା କମିଟୀର ସଭ୍ୟସଭ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

jayashree
Leave A Reply

Your email address will not be published.